ଭୁବନେଶ୍ୱର ୦୯।୧୨ : ସୁଜିତ କୁମାର ବିଜେପି ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛି । ଯେଉଁଥିରେ ସୁଜିତ କୁମାରଙ୍କୁ ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ।
ସୂଚନାଯୋଗ୍ୟ ଯେ, ବିଜେଡି ଦଳ ପକ୍ଷରୁ ରାଜ୍ୟସଭାକୁ ସାଂସଦ ଭାବେ ଚୟନ ହୋଇଥିଲେ ସୁଜିତ କୁମାର । ହେଲେ ନିର୍ବାଚିତ ହେବାର କିଛି ଦିନ ପରେ ସେ ବିଜେଡି ଏବଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁଜିତଙ୍କ ଇସ୍ତଫା ପରେ ରାଜ୍ୟରେ ଗୋଟିଏ ବିଧାନସଭା ଆସନ ଖାଲିପଡିଥିଲେ । ସେପଟେ ବିଜେଡିରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ସୁଜିତ କୁମାର। ଆଉ ଏବେ ବିଜେପି ଦଳ ତାଙ୍କୁ ଆଗାମୀ ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ।