ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଛତୁ, ଜାଣନ୍ତୁ କେଉଁ କେଉଁ ରୋଗରୁ ମିଳିବ ମୁକ୍ତି…

Published By : Prameya-News7 Bureau | January 23, 2025 IST

ନୂଆଦିଲ୍ଲୀ ୨୩।୦୧: ମସରୁମ୍‌ ବା ଛତୁ । ଏହା ପ୍ରାୟ ସମସ୍ତଙ୍କର ପ୍ରିୟ । ଘର ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ସବୁଠି ଛତୁର ରହିଛି ବହୁତ ଡିମାଣ୍ଡ । କିନ୍ତୁ କିଛି ଲୋକଙ୍କୁ ଛତୁ ଖାଇବା ପସନ୍ଦ ନୁହେଁ । କିନ୍ତୁ ଜାଣନ୍ତି କି ଆମ ଶରୀର ପାଇଁ ଛତୁ କେତେ ହିତକାରୀ । ଆସନ୍ତୁ ଜାଣିବା…

ଛତୁ ସାମଗ୍ରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ । ଏହାବ୍ୟତୀତ ମଧୁମେହ ରୋଗୀମାନେ ଖାସ୍‌ କରି ଏହା ବେଶ୍‌ ଉପକାରୀ । ବିଶେଷଜ୍ଞଙ୍କ ଅନୁଯାୟୀ ଛତୁ ଏକ ସୁପରଫୁଡ । ଏହାକୁ ଖାଦ୍ୟରେ ସାମିଲ କଲେ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ । ଛତୁରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଥାଏ। ଯାହା ବ୍ଲଡ ସୁଗାର ଲେଭଲକୁ କଣ୍ଟ୍ରୋଲ କରେ ।  ଅର୍ଥାତ ଏହା ମାଧ୍ୟମରେ ଆପଣ ଗ୍ଲୁଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିପାରିବେ।

ଛତୁ ଖାଇବା ଦ୍ବାରା କ୍ୟାଲେରୀ ବୃଦ୍ଧି ନିୟନ୍ତ୍ରଣରେ ରହିଥାଏ । ଛତୁର ଅଳ୍ପ ପରିମାଣରେ ସୁଗାର ଏବଂ କାର୍ବୋହାଇଡ୍ରେଟ୍ ଥାଏ । ଆଉ ଏହା କ୍ୟାଲେରୀ ବୃଦ୍ଧିକୁ ରୋକିବା ସହ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରେ। ଛତୁରେ ପଲିସାକାରାଇଡ ରହିଥାଏ। 

ଯେଉଁଥିରେ ଆଣ୍ଟି-ଡାଇବେଟିସର ପ୍ରଭାବ ରହିଥାଏ। ଏହା ମଧୁମେହ ରୋଗର ପ୍ରତିରକ୍ଷା ପାଇଁ ସୁରକ୍ଷା କବଚ ସୃଷ୍ଟି କରେ। ଯାହା ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ଯେଉଁମାନେ ନିୟମିତଭାବେ ଛତୁ ଖାଆନ୍ତି ସେମାନଙ୍କୁ ଓଜନ ନିୟନ୍ତ୍ରଣ କରିବା ସହଜ ହୋଇଥାଏ। ତେଣୁ ଛତୁକୁ ଦୈନନ୍ଦିନ ଖାଦ୍ୟଶୈଳୀରେ ସାମିଲ କରିବା ଉଚିତ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.