ଭୁବନେଶ୍ବର: ଓଡ଼ିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ୮୬୯ କୋଟି ୮ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ । ମୋଟ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଅନୁମୋଦିତ ପ୍ରକଳ୍ପମାନଙ୍କ ମଧ୍ୟରେ ରହିଛି, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପ୍ରୋଜିଏଲ୍ ଗ୍ରୀନ ଏନର୍ଜି ଲିମିଟେଡ ଦ୍ବାରା ୬୯.୫ ମେଗାଓ୍ବାଟ ସୋଲାର୍ ପାର୍କ, କେନ୍ଦୁଝର ଜିଲ୍ଲାର ତେଲକୋଇ ଠାରେ ଆଇନକ୍ସ୍ ସୋଲାର୍ ଲିମିଟେଡ୍ ଦ୍ବାରା ୪୯.୫ ମେଗାଓ୍ବାଟ ସୋଲାର୍ ପ୍ରକଳ୍ପ, ଝାରସୁଗୁଡ଼ାର ଲଖନପୁର ଠାରେ ମହାନଦୀ କୋଲ୍ ଫିଲ୍ଡ ଦ୍ବାରା ୧୦ ମେଗାୱାଟ୍ ସୋଲାର୍ ପ୍ରକଳ୍ପ ଓ ନବରଙ୍ଗପୁରର ପାପଡାହାଣ୍ଡିରେNLC ଦ୍ବାରା ପବନ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।