ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ଭାଙ୍ଗିଲା ୨୦ ବର୍ଷର ରେକର୍ଡ !

Published By : Prameya-News7 Bureau | July 09, 2023 IST

ନୂଆଦିଲ୍ଲୀ:  ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଲାଗିରହିଥିବା ପ୍ରବଳ ବର୍ଷାରେ ଦିଲ୍ଲୀର ହାଲ ବେହାଲ । କୁହାଯାଉଛି କି ଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ସରକାର ରାଜ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।

{"id":814751,"sizeSlug":"full","linkDestination":"none"}

ଦିଲ୍ଲୀରେ ଆଜି ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି। ଫଳରେ ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟ , ଘରଦ୍ବାର ଚାରିଆଡେ ପାଣି ପଶିଯାଇଛି । ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯାତାୟାତାରେ କରିବାରେ ମଧ୍ୟ ବାଧାପ୍ରାପ୍ତ ହେଉଛି। ଶନିବାର ଦିନ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିଥିଲା। ରବିବାରବି ବର୍ଷାର ପ୍ରଭାବ ଜାରି ରହିଛି। ସେଥିପାଇଁ IMD ରବିବାର ପାଇଁ ଲେଲୋ ୱାର୍ଣ୍ଣିଂ ଜାରି କରିଥିଲେ।

wp:html /wp:html

ସେହିପରି ଦେଶର ୮ଟି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ଗୋଆ, କର୍ଣ୍ଣାଟକ ଓ ନାଗାଲାଣ୍ଡ । ଏସବୁ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହିମାଚଳପ୍ରଦେଶରେ ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ୧୩୩ଟି ସଡକ ବନ୍ଦ କରାଯାଇଛି । ଭୂସ୍ଖଳନ କାରଣରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାସହ ବିମାନ ଚଳାଚଳ ଓ ରେଳ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.