ବିଶାଲ ଦାସ ଓ ଅନ୍ୟ ମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ଛତିଶଗଡ଼ ପୋଲିସ

Published By : Prameya-News7 Bureau | January 10, 2025 IST

ଝାରସୁଗୁଡ଼ା ୧୦୧: ବିଶାଲ ଦାସ ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ । ବିଶାଲଙ୍କ ସହ ସହଯୋଗୀଙ୍କ ନାଁରେ ସରାଇପାଲି ପୋଲିସ ମାମଲା ରୁଜୁ କରିଥିଲା । ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ପୋଲିସ । ବିଶାଲ ଓ ଅନ୍ୟମାନଙ୍କୁ ଛାଡିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଥିଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବର ମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l ତେବେ ରାତି ୨ଟାରେ ବିଶାଲ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଲ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଥିଲେ l ଏହି ଘଟଣାକୁ ନେଇ ଦୀପାଳି ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଥିଲେ l ସେ କହିଥିଲେ ଗୁରୁବାର ରାତିରୁ ଭାଇ ବିଶାଲ ଦାସଙ୍କ ସହ କିର୍ମିରା ବ୍ଲକର ସରପଞ୍ଚ ସମିତି ମେମ୍ବର ମାନଙ୍କୁ ଛତିଶଗଡ଼ର ପୋଲିସ ଷ୍ଟେସନରେ ଅଟକ କରାଯାଇଥିଲା l ଓଡ଼ିଶା ପୋଲିସ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ କୌଣସି ସର୍ଚ୍ଚ ୱାରେଣ୍ଟ ବିନା ପିଆରଆଇ ମେମ୍ବରଙ୍କୁ ଅଟକ ରଖିଥିଲେ l କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଏହି ପ୍ରକାର ଉଦ୍ୟମ କରାଯାଉଥିବା ଦୀପାଳି କହିଥିଲେ l କାହିଁକି ଅଟକ କରାଯାଇଛି ସେନେଇ ମଧ୍ୟ କୌଣସି ସଠିକ ସୂଚନା ଦିଆଯାଉନଥିବା ଦୀପାଳି କହିଥିଲେ l ବିଶାଲ ଦାସ ଏବଂ ପିଆରଆଇ ମେମ୍ବର ଯଦି ଶୀଘ୍ର ଝାରସୁଗୁଡାରେ ନ ପହଞ୍ଚିବେ ସେଥିପାଇଁ ଓଡିଶା ସରକାର, ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ଦାୟୀ ହେବେ ବୋଲି ଦୀପାଳି କହିଥିଲେ l 

ଅନ୍ୟପଟେ କିର୍ମିରା ସମିତି ସଭ୍ୟା ବାସନ୍ତୀ ଧୂରୁଆ, ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଧୂରୁଆ, ଅର୍ଡl ସମିତି ସଭ୍ୟା ଗୁଳାପି ଗର୍ଡିଆ, ଅର୍ଡl ସରପଞ୍ଚ ବିନାପାଣି ପୋଢ, ପାନପାଲି ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ନିଖୋଜ ଥିବା ନେଇ ଲାଇକେରା ଥାନାରେ ସମ୍ପର୍କୀୟ ମାନେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ MMR ପଞ୍ଜିକୃତ କରି ତଦନ୍ତ ଚଳାଇ ଛତିଶଗଡ଼ରେ ଚଢାଉ କରିଥିବା ଜଣାପଡିଥିଲା  l 

ଅନ୍ୟପଟେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଥିଲେ, କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଶୁକ୍ରବାର ସକାଳ ୧୦ଟା ୩୦ରେ ସମୟ ଧାର୍ଯ୍ୟ ହୋଇଥିଲା l  ରିଟର୍ଣ୍ଣିଂ ଅଫିସର ଭାବରେ ପିଏଆଇଟିଡିଏ ସଂଜୀବ କୁମାର ପଟେଲ ଯାଇଥିଲେ l ସେଠାରେ ମିଟିଂ କଣ୍ଡକ୍ଟ ହେବା ପରେ ଉପଜିଲ୍ଲାପାଳଙ୍କ ନିକଟରେ ସେ ଏକ ରିଜୋଲେସନ ଦେଇଥିଲେ l ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସଭ୍ୟ ଭୋଟ୍ ଦେବା ପାଇଁ ଆସି ନଥିବା ରିଜୋଲେସନରେ ଉଲ୍ଲେଖ ଅଛି l ପଞ୍ଚାୟତ ସମିତି ଆକ୍ଟ ୪୬ ବିରେ କୁହାଯାଇଛି ଦୁଇ ତୃତୀୟାଂଶରୁ କମ୍ ସଭ୍ୟ ଆସିଲେ ବାତିଲ ହୁଏ l ତେବେ ଥରେ ଏହି ରିଜୋଲେସନ ବାତିଲ ହେବା ପରେ ବର୍ଷେ ଯାଏଁ ଏନେଇ ରିଜୋଲେସନ ଆଗତ ହୋଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ କହିଥିଲେ l

You Can Read:

ବିଶାଳ ଦାସଙ୍କ ନାଁରେ ଛତିଶଗଡ଼ରେ FIR, ୧୩ ଜଣଙ୍କ ନାଁରେ ୨ଟି ଦଫାରେ ମାମଲା ରୁଜୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.