ଭୁବନେଶ୍ବର ୧୫।୫: ଫିଲ୍ଡ ଭିଜିଟ୍ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ଵ । ଫିଲ୍ଡ ଭିଜିଟ୍ ନକଲେ ଯୋଜନା ବାଟବଣା ହେଉଛି । ଭୂତ ହିତାଧିକାରୀ ବହାରୁଛନ୍ତି । ତେଣୁ ଫିଲ୍ଡ ଭିଜିଟ୍ କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି । ଏ ସରକାର ଲୋକଙ୍କ ସରକାର ଆଉ ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ । ତେଣୁ ଲୋକଙ୍କ ସମସ୍ୟା ଶୁଣିବାକୁ ପରାମର୍ଶ । ବ୍ଲକରେ ସମସ୍ୟା ସମାଧାନ ହେଲେ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିବେନି । ଦୁର୍ନୀତି ପ୍ରତି ଜିରୋ ଟଲରେନ୍ସ । ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଭିଜିଲାନ୍ସକୁ ଖୋଲା ଛାଡ଼ି ଦେଇଛି (ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ) ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତି କଲେ ଭିଜିଲାନ୍ସ ଧରିବ । ସମସ୍ତଙ୍କ ପରଫରମାନ୍ସ ମନିଟର କରାଯାଉଛି । ତେଣୁ ସ୍ଵଚ୍ଛତାର ସହ କାମ କର ।
୧୫ ହଜାର ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ସବୁ ପ୍ରକାର ମୌଳିକ ସୁବିଧା ରହିବ । ଏଥିରେ ବିଡ଼ିଓଙ୍କର ପ୍ରମୁଖ ଭୂମିକା ରହିବ । ୨୦୩୬ ବେଳକୁ ୫୦ ହଜାର ଗ୍ରାମକୁ ଆଦର୍ଶ ଗ୍ରାମ କରାଯାଇଥିବ । ଯେଉଁ ବ୍ଲକ ଭଲ କାମ କରିବ ତାଙ୍କୁ ସମ୍ମାନିତ କରାଯିବ । ଯିଏ ଭଲ କାମ କରିବ ସେହି ବ୍ଲକକୁ ଯାଇ ସମ୍ମାନିତ କରିବି ।
You Can Read:
ମନରେଗାରେ ଶ୍ରମିକ ଲଗାଇ କାମ ନକରି ମେସିନରେ କାମ ହେଉଛି, ମଷ୍ଟର ରୋଲ୍ରେ ରାମ-ଦାମ ନାଁ ପକାଯାଉଛି