ଚାଇନାର ନୂଆ ଚାଲ୍‌ ‘ କୃଷି ଆତଙ୍କବାଦ ‘ , ଫଙ୍ଗସ ଚୋରା ଚାଲାଣରେ ୨ଗିରଫ

Published By : Prameya-News7 Bureau | June 04, 2025 IST

ନୂଆଦିଲ୍ଲୀ – ପଡୋଶୀ ଦେଶ ଚୀନର ଏକ ନୂଆ କାରନାମା ସାମ୍ନାକୁ ଆସିଛି। ତାର ଦୁଇ ଜଣ ନାଗରିକଙ୍କୁ ଆମେରିକାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏଫବିଆଇ ବିପଜ୍ଜନକ ଫଙ୍ଗସର ତସ୍କରୀ ଅଭିଯୋଗରେ ଗିରଫ କରିଛି। ଏହି ଦୁଇ ଚାଇନା ନାଗରିକ ବିପଜ୍ଜନକ ଫଙ୍ଗସ ଜରିଆରେ ଆମେରିକାରେ କୃଷି ଆତଙ୍କବାଦ ବିସ୍ତାର କରିବାର ଉଦ୍ଦେଶ୍ୟରେ ଥିଲେ। ଏଫବିଆଇ ଯେଉଁ ଦୁଇ ଜଣ ଲୋକଙ୍କୁ ଗିରଫ କରିଛି  ଏବଂ ଜିଲ୍ଲା କୋର୍ଟରେ ହାଜର କରିଛି, ଏଥିରୁ ୩୩ ବର୍ଷିୟା ଜିଆନ ଓ ୩୪ ବର୍ଷିୟ ତାର ବୟଫ୍ରେଣ୍ଡ ଲିୟୁ ସାମିଲ ଅଛି। ଏହି ଦୁଇ ଜଣଙ୍କ ଉପରେ ଷଡ଼ଯନ୍ତ୍ର ରଚିବା , ଆମେରିକାରେ ତସ୍କରୀ କରିବା , ମିଛ ବୟାନ ଦେବା ଓ ଭିସା ଜାଲିଆତି କରିବାର ଅଭିଯୋଗ ରହିଛି। 

ଏଫବିଆଇ ଏହାକୁ ଗୁରୁତର ରାଷ୍ଟ୍ରୀୟ ସୁରକ୍ଷା ବିପଦ ଭାବେ ଦର୍ଶାଇଛି ଏବଂ ଚେତାବନୀ ଦେଇଛି ଯେ, ଖାଦ୍ୟ ସପ୍ଲାଇକୁ ଟାର୍ଗେଟ୍‌ କରାଯାଇ ଥିବା ଏହି ଜୈବିକ ଏଜେଣ୍ଟ ଅର୍ଥବ୍ୟବସ୍ଥା ଗୁଡ଼ିକୁ ପଙ୍ଗୁ କରିପାରେ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁହଁରେ ପକାଇ ପାରେ। ଏବେ ପ୍ରଶ୍ନ ଉଠିଛି ଯେ, ଏହି ‘ କୃଷି ଆତଙ୍କବାଦ ’ କଣ , ଏବଂ ଫଙ୍ଗସ ଭଳି ସୂକ୍ଷ୍ମ ଜୀବ ଦ୍ୱାରା ଏତେ ବଡ଼ ବିପଦ କେମିତି ସୃଷ୍ଟି ହୋଇଛି ?

‘ କୃଷି ଆତଙ୍କବାଦ’ କୁ ଇଂରାଜୀରେ Agroterrorism କୁହାଯାଏ , ଯାହା Agricultural Terrorismର ଛୋଟ ରୂପ। ଏଥିରେ ଉଦ୍ଦେଶ୍ୟ କୌଣସି ଦେଶର ଖାଦ୍ୟ ସପ୍ଲାଇ ବା କୃଷି କ୍ଷେତ୍ରରେ କୀଟ , ରୋଗ ବା ଜୀବାଣୁ ଗୁଡ଼ିକୁ ଜାଣିଶୁଣି ପ୍ରବେଶ କରାଇବା , ଯାହାର ଉଦ୍ଦେଶ୍ୟ ଆର୍ଥିକ ବ୍ୟବଧାନ ସୃଷ୍ଟି କରାଇବା , ଖାଦ୍ୟାନ୍ନର ହ୍ରାସ ବା ସାମାଜିକ ଅଶାନ୍ତି ସୃଷ୍ଟି କରାଇବା। ଉଲ୍ଲେଖନୀୟ ଯେ, ଏହି ଫଙ୍ଗସ ଫସଲରେ ରୋଗ ସୃଷ୍ଟି କରିଥାଏ, ଯେଉଁଥି ପାଇଁ ଫସଲ ନଷ୍ଟ ହୋଇପାରେ। କୃଷି ଉତ୍ପାଦନ ହ୍ରାସ ପାଇପାରେ। ଏଥିରେ କୌଣସି ବି ଦେଶ ଆର୍ଥିକ ରୂପେ ପଙ୍ଗୁ ହୋଇପାରେ ଏବଂ ସେଠାର ଲୋକଙ୍କ ସାମ୍ନାରେ ଅନାହାର ଭଳି ସ୍ଥିତି ଆସିପାରେ।

ମଙ୍ଗଳବାର ଆମେରିକାର ଜଷ୍ଟିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଦୁଇ ଜଣ ଚାଇନା ନାଗରିକ ଆମେରିକାରେ ‘ ଫ୍ୟୁଜେରିୟମ ଗ୍ରେମିନିରମ’ ନାମକ ଫଙ୍ଗସ ତସ୍କରୀ କରିଛନ୍ତି ,ଯାହାକୁ ବୈଜ୍ଞାନିକ କୃଷି ଆତଙ୍କବାଦର ଅସ୍ତ୍ର କହିଛନ୍ତି। ଆମେରିକୀୟ ଅଧିକାରୀଙ୍କ ମୁତାବିକ, ଜିୟାନ ଓ ତାର ବୟଫ୍ରେଣ୍ଡ ଲିୟୁକୁ କଥିତ ଭାବେ ନିଜର ରିସର୍ଚ୍ଚ ପାଇଁ  ଚାଇନା ସରକାରଙ୍କ ଠାରୁ ଫଣ୍ଡିଂ ମିଳୁ ଥିଲା। ଏହି କଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଜିୟାନ ଚୀନର କମ୍ୟୁନିଷ୍ଟ ପାର୍ଟିର ଜଣେ ବିଶ୍ୱସ୍ତ ଏବଂ ତାକୁ ଏହି ଫଙ୍ଗସ ଉପରେ ରିସର୍ଚ୍ଚ କରିବାକୁ ଫଣ୍ଡିଂ ମିଳି ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.