ଚାଷୀଙ୍କ ପାଇଁ ଖୁସି ଖବର : ନୂଆଁଖାଇ ପାଇଁ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଟଙ୍କା

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କୁ ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର । ବୁଧବାର ଚାଷୀଙ୍କ ଆକାଉଣ୍ଟ ଯିବ ସିଏମ୍ କିଷାନ ଟଙ୍କା । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହାଜର ଟଙ୍କା ପଠେଇବେ ରାଜ୍ୟ ସରକାର । 

ନୂଆଖାଇ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଟଙ୍କା । ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ୨୮ ତାରିଖରେ ନୂଆଁଖାଇ ପଡ଼ୁଥିବାରୁ ତା ପୂର୍ବ ଦିନ ଅର୍ଥାତ ୨୭ ତାରିଖରେ ଏହି ଟଙ୍କା ପଠାଯିବ । ପ୍ରତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ । ଏହାଦ୍ବାରା ଓଡ଼ିଶାର ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରିଥାନ୍ତି ।

You Can Read:

ବନ୍ୟାସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ, ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.