ଦିଲ୍ଲୀରେ ଲୋକସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲା କଂଗ୍ରେସ୍, ମେଣ୍ଟ ନିଷ୍ପତ୍ତି କରିବେ ହାଇକମାଣ୍ଡ

Published By : Prameya-News7 Bureau | August 16, 2023 IST

ନୂଆଦିଲ୍ଲୀ ୧୬।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧି ବୁଧବାର ପାର୍ଟିର ଦିଲ୍ଲୀ ୟୁନିଟ୍ ବରିଷ୍ଠ ନେତାଙ୍କ ସହ ବୈଠକ କରିଛନ୍ତି। ଯେଉଁଥିରେ ଜାତୀୟ ରାଜଧାନୀର ସମସ୍ତ ୭ଟି ଜାକ ଲୋକସଭା ଆସନ ନିମନ୍ତେ ନିର୍ବାଚନ ପ୍ରସ୍ତୁତି କରିବାକୁ ଓ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ନିଷ୍ପତ୍ତି ହୋଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀ କଂଗ୍ରେସ କମିଟି ନେତାମାନେ ଆମଆଦମୀ ପାର୍ଟି ସହିତ ଲୋକସଭା ନିର୍ବାଚନରେ ମେଣ୍ଟ ନିଷ୍ପତ୍ତି ପାର୍ଟି ନେତୃତ୍ୱ ଉପରେ ଛାଡିଛନ୍ତି।

ଭାରତ ଗସ୍ତରେ ଆମେରିକା ପ୍ରତିନିଧିମଣ୍ଡଳି; ରାହୁଲ ଗାନ୍ଧିଙ୍କ ସହ ପ୍ରାଇଭେଟ୍ ମିଟିଂ ପାଇଁ ମାଗିଲେ ଅନୁମତି

ତେବେ ପାର୍ଟିର ରାଜ୍ୟ ୟୁନିଟ୍ ନେତାମାନେ କିନ୍ତୁ ମେଣ୍ଟ ବିପକ୍ଷରେ ରାୟ ଦେଉଛନ୍ତି। ହେଲେ ଅନୁଷ୍ଠିତ ବୈଠକରେ ଖଡଗେ ଓ ରାହୁଲ ଏକଜୁଟ ହୋଇ ଆଗକୁ ବଢିବାକୁ ଏବଂ ତୃଣମୂଳ ସ୍ତରରେ ପାର୍ଟିକୁ ମଜଭୁତ କରିବାର ଆବଶ୍ୟକତା ନେଇ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଓ ଆମଆଦମୀ ପାର୍ଟି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ସହଯୋଗୀ ଦଳ। ଗତ ଦିନରେ ଦିଲ୍ଲୀ ସେବା ସମ୍ପର୍କିତ ବିଧେୟକ ପ୍ରସଙ୍ଗରେ ସଂସଦରେ ଆମ ଆଦମୀ ପାର୍ଟିକୁ ସମର୍ଥନ କରିଥିଲା। ତେବେ ସଞ୍ଜିବ ଦିକ୍ଷୀତ ଓ ଅଜୟ ମାକନଙ୍କ ଭଳି ନେତାମାନଙ୍କର ରାୟ କିନ୍ତୁ ଏହି ପ୍ରସଙ୍ଗରୁ ପୃଥକ ଥିଲା।

wp:html /wp:html

ଦିଲ୍ଲୀ ପ୍ରଦେଶ କଂଗ୍ରେସ ନେତାମାନଙ୍କ ସହିତ କଂଗ୍ରେସ ହାଇକମାଣ୍ଡଙ୍କ ବୈଠକରେ ସଙ୍ଗଠନ ସାଧାରଣ ସଙ୍ଗଠନ କେ.ସି.ବେଣୁଗୋପାଲ, ପାର୍ଟିର ଦିଲ୍ଲୀ ମୁଖ୍ୟ ଦୀପକ ବାବରିଆ, ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାର, ବରିଷ୍ଠ ନେତା ଅଜୟ ମାକନ ଓ ଜୟପ୍ରକାଶ ଅଗ୍ରୱାଲଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଖଡଗେ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦିଲ୍ଲୀ କଂଗ୍ରେସ ନେତାଙ୍କ ସହ ମନ୍ତ୍ରଣା ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

ତେବେ ବୈଠକ ପରେ ବାବରିଆ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଏଥିରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନାହିଁ। ତେବେ ଏ ସମ୍ପର୍କରେ କଂଗ୍ରେସ ନେତୃତ୍ୱ ଯାହା ବି ନିଷ୍ପତ୍ତି ନେବେ ତାହା ସମସ୍ତଙ୍କ ନିମନ୍ତେ ସ୍ୱୀକାର୍ଯ୍ୟ ହେବ  । ସେ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ କଂଗ୍ରେସର ନେତା ଓ କାର୍ଯ୍ୟକର୍ତ୍ତା ମୋଦି ସରକାର ଓ କେଜରିୱାଲ ସରକାରଙ୍କ ‘ଜନ ବିରୋଧୀ’ ନୀତିର ବିରୋଧ କରିବେ।

{"id":831759,"sizeSlug":"full","linkDestination":"none"}

ତେବେ ଦିଲ୍ଲୀ କଂଗ୍ରେସର ଅଧିକାଂଶ ନେତାଙ୍କ ରାୟ ଜାତୀୟ ରାଜଧାନୀରେ ଆମ ଆଦମୀ ପାର୍ଟି କଂଗ୍ରେସର ଜନାଧାର ଛଡେଇ ନେଇଛି। ଏଣୁ ପାର୍ଟିକୁ ପୁଣି ଥରେ ସେହି ଜନାଧାର ହାସଲ କରିବା ପାଇଁ ଉଦ୍ୟମ କରିବାକୁ ହେବ। ଆମର ପ୍ରସ୍ତୁତି ସମସ୍ତ ୭ଟି ଜାକ ଲୋକସଭା ଆସନ ନିମନ୍ତେ ହେବ। ତେବେ ମେଣ୍ଟକୁ ନେଇ କଂଗ୍ରେସ ନେତୃତ୍ୱ ଯାହାବି ନିଷ୍ପତ୍ତି ନେବା ତାହାକୁ ସମସ୍ତେ ମାନିବେ। ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ସମସ୍ତ ୭ଟି ଜାକ ଆସନ କଂଗ୍ରେସ ହରାଇଥିଲା। ତେବେ ତ୍ରିକୋଣୀୟ ମୁକାବିଲା ମତପ୍ରତିଶତ ହାରରେ କଂଗ୍ରେସ ବିଜେପି ଉପରେ ଦ୍ୱିତୀୟ ସ୍ଥାନରେ ଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.