ନୂଆଦିଲ୍ଲୀ: ସଂସଦ ସଦସ୍ୟତା ଫେରିପାଇଲେ ରାହୁଲ ଗାନ୍ଧି । ସୋମବାର ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସଦସ୍ୟତା ପୁନର୍ବାର ଜାରି କରାଯାଇଛି । ଆଜି ଠାରୁ ଗୃହରେ ସରକାରଙ୍କୁ ପୁଣି ଟାର୍ଗେଟ୍ କରିବେ ରାହୁଲ । ମୋଦି ସାଙ୍ଗିଆ ମାନହାନୀ ଅପରାଧିକ ମାମଲାରେ ସୁରଟ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ସର୍ବାଧିକ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହି ଆଧାରରେ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କର ଠାରୁ ଓ୍ବାଇନାଡ୍ ସାଂସଦ ପଦ ସହିତ ଲୋକସଭା ସଦସ୍ୟତା ସମାପ୍ତ କରିଥିଲେ । ଏହି ପୁଣି ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ଫେରାଇ ଦିଆଯାଇଛି ।
{"id":827421,"width":790,"height":1062,"sizeSlug":"full","linkDestination":"none"}ମୋଦି ସାଙ୍ଗିଆ ମାନହାନୀ ଅପରାଧୀକ ମାମଲରେ ଗୁଜରାଟ ନିମ୍ନ ଅତାଲତ, କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ମାର୍ଚ୍ଚ ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ସଜା ଶୁଣାଇଥିଲେ । ଏବେ ୧୩୭ ଦିନ ପରେ ରାହୁଲ ଲୋକସଭା ସଦସ୍ୟ ପଦ ଫେରିପାଇଛନ୍ତି । ଲୋକସଭା ସଚିବାଳୟରୁ ବିଜ୍ଞପ୍ତି ଜାରି ହେବା ପରେ ଏହାକୁ ସ୍ବାଗତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହା ଓ୍ବାଇନାଡ ଲୋକସଭା କ୍ଷେତ୍ରର ଭୋଟରଙ୍କ ବଡ଼଼ ଆଶ୍ବସ୍ତିକର ଖବର ବୋଲି କହିଛନ୍ତି । ଅନ୍ୟ ବିରୋଧୀ ଦଳ ନେତାମାନେ ମଧ୍ୟ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି । କଂଗ୍ରେସ ମୁଖ୍ୟାଳୟରେ ଏବେ ସେଲିବ୍ରିସନ ଚାଲିଛି ।
wp:html/wp:html#WATCH | Congress MP Rahul Gandhi pays tributes to Mahatma Gandhi at the Parliament House.
— ANI (@ANI) August 7, 2023
Lok Sabha Secretariat restored Rahul Gandhi's Lok Sabha membership today after Supreme Court stayed his conviction in the ‘Modi’ surname remark case. pic.twitter.com/jU9bWXG6UL
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ୨୦୧୯ ଅପ୍ରେଲ ୧୩ ତାରିଖରେ କୋଲାରର ଏକ ନିର୍ବାଚନୀ ସଭାରେ ବିଜେପିକୁ ଟାର୍ଗେଟ୍ କରି ବୟାନ ଦେଇଥିଲେ । ନିରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ ସମାନ କାହିଁକି ? ସମସ୍ତ ଚୋରଙ୍କ ସାରନେମ୍ ମୋଦି କାହିଁକି ବୋଲି କହି ପ୍ରଶ୍ନ କରିଥିଲେ । ରାହୁଲ ଗାନ୍ଧିଙ୍କ ବୟାନଙ୍କୁ ନେଇ ବିଜେପି ଗୁଜରାଟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ମାନହାନୀ ମକଦମା ଦାୟର କରିଥିଲେ । ନିର୍ବାଚନୀ ରାଲ୍ଲିରେ ରାହୁଲ ଗାନ୍ଧି ସମସ୍ତ ମୋଦି ସମୁଦାୟକୁ ବଦନାମ କରିଛନ୍ତି । ଏହି ମାମଲାର ବିଚାର କରି ସୁରଟ ଜିଲ୍ଲା କୋର୍ଟ ୨୩ ମାର୍ଚ୍ଚରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ସର୍ବାଧିକ ଜେଲ ଦଣ୍ଡ ଶୁଣାଣି କରିଥିଲେ । ଏହାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ସହିତ ଓ୍ବାଇନାଡ ଲୋକସଭା କ୍ଷେତ୍ରର ସଦସ୍ୟତା ସମାପ୍ତ ହୋଇଥିଲା ।
wp:html/wp:html#WATCH | Delhi: I.N.D.I.A alliance leaders raise 'Rahul Gandhi Zindabad' slogans as they welcome him to the Parliament. pic.twitter.com/Fd2P5J2DXY
— ANI (@ANI) August 7, 2023
ଅନ୍ୟପଟେ ସୁରଟ ତଳ କୋର୍ଟଙ୍କ ରାୟ ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଚ୍ୟାଲେଞ୍ଜ କରିଥିଲେ । ମାତ୍ର ହାଇକୋର୍ଟରୁ ତାଙ୍କୁ ବିଫଳତା ମିଳିଥିଲା । ଉଚ୍ଚ ଅଦାଲତ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି କାଏମ ରଖିଥିଲେ । ଏହାପରେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ରାହୁଲ ଗାନ୍ଧି । ମାମଲା ବିଚାର କରି ଅଗଷ୍ଟ ୪ ତାରିଖରେ ସୁରଟ ତଳ କୋର୍ଟଙ୍କ ସଜା ଉପରେ ସ୍ଥଗିତା ଦେଶ ଲଗାଇଥିଲେ ସର୍ବୋଚ୍ଚ ଅଦାଲତ । ଏହା ସହିତ କାହିଁକି ସର୍ବାଧିକ ଦଣ୍ଡ ଦିଆଯାଇଛି ବୋଲି ନିମ୍ନ ଅଦାଲତ ରାୟ ଉପରେ ଟିପ୍ପଣୀ କରିଥିଲେ । ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆଧାରରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ଫେରିଛି ।