କଳାହାଣ୍ଡି ୦୧।୦୬ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ବାଇକ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି ।
ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଜୁନାଗଡ଼ -ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଏକ ବାଇକ୍ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ। ଏହାଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରିବା ପରେ ବାଇକ୍ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।