ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନାର ରୌଦ୍ର ରୂପ ଦେଖିବାକୁ ମିଳୁଛି । ଯମୁନାର ଜଳସ୍ତର ଗୁରୁବାର ସର୍ବକାଳୀନ ଉଚ୍ଚ ୨୦୮.୬ ମିଟର ଯାଏ ପହଞ୍ଚିଥିଲା । ଏହି କାରଣରୁ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଯମୁନାର ଜଳସ୍ତର କମିବା ସମ୍ଭାବନା ମଧ୍ୟ କମ ରହିଛି, କାରଣ ପାହାଡିଆ ରାଜ୍ୟରେ ବର୍ଷା ଜାରି ରହିଛି । ଫଳରେ ସେଠାକାର ନଦୀର ଜଳସ୍ତରର ବୃଦ୍ଧିର ପ୍ରଭାବ ଦିଲ୍ଲୀର ଯମୁନା ଉପରେ ମଧ୍ୟ ପଡ଼ିବ । ଯମୁନାରେ ବଢୁଥିବା ଜଳସ୍ତର ଯୋଗୁଁ ଦିଲ୍ଲୀରେ ପାନୀୟ ଜଳ ସଂକଟ ସୃଷ୍ଟି ହୋଇପାରେ ।
wp:html/wp:html#WATCH | A rickshaw-puller pedals through chest-deep water in the flooded area near Red Fort of Delhi. pic.twitter.com/bIezx11zye
— ANI (@ANI) July 13, 2023
ଖବର ଅନୁସାରେ, ଯମୁନାରେ ବଢୁଥିବା ଜଳସ୍ତର ଯୋଗୁଁ ସରକାର ଦିଲ୍ଲୀର ତିନି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ଲାଣ୍ଟ ବନ୍ଦ ହେବା ଯୋଗୁଁ ଦିଲ୍ଲୀର ଅଧିକାଂଶ ଭାଗରେ ପାନୀୟ ଜଳ ସଂକଟ ସୃଷ୍ଟି ହୋଇପାରେ । ଯେଉଁ ୱାଟର ପ୍ଲାଣ୍ଟଗୁଡିକୁ ବନ୍ଦ କରାଯାଇଛି, ସେଥିରୁ ମଧ୍ୟ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଏବଂ ଦକ୍ଷିଣ ଦିଲ୍ଲୀରେ ପାଣି ଯୋଗାଣ କରାଯାଏ ।
ପଢନ୍ତୁ: ଉଜାଣି ବହୁଛି ଯମୁନା, ଚିନ୍ତାରେ ଦିଲ୍ଲୀ ସରକାର, ଡକାଇଲେ ଜରୁରୀ ବୈଠକ
ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଯମୁନାର ପାଣିକୁ ସଫା କରି ସପ୍ଲାଇ କରାଯାଉଛି । ଯମୁନାରେ ଏବେ ବନ୍ୟା ସ୍ଥିତି ଥିବା ଯୋଗୁଁ ପ୍ଲାଣ୍ଟଗୁଡିକ ଯମୁନାରୁ ପାଣି ନେଉ ନାହାନ୍ତି । ଏହା ଏଥିପାଇଁ କାରଣ ବର୍ଷର ଅନ୍ୟ ସମୟ ତୁଳନାରେ ବର୍ତ୍ତମାନ ପାଣିରେ ବଜ୍ୟବସ୍ତୁ ଅଧିକ ରହିଛି । ଏହି କାରଣରୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସଠିକ ଭାବେ କାମ କରିପାରିବ ନାହିଁ । ଯାହାକୁ ଦୃଷ୍ଟିରେ ରଖି ଏହି ପ୍ଲାଣ୍ଟଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
wp:html/wp:html#WATCH | Delhi CM Arvind Kejriwal says, "We had a DDMA meeting. Several important decisions were taken. Schools, colleges & universities will remain closed till Sunday. All Govt offices, except those providing essential services, will have Work from Home. Advisory is being issued… pic.twitter.com/C63voyyoUt
— ANI (@ANI) July 13, 2023
ଦିଲ୍ଲୀ ବନ୍ୟା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଅଣଜରୁରୀ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜକୁ ଆସନ୍ତା ଜୁଲାଇ ୧୬ ଯାଏ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି । ଏହାସହ ଘରୋଇ କମ୍ପାନିଗୁଡିକୁ ୱାର୍କ ଫ୍ରମ୍ ହୋମ ପଲିସି ଆପଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Also Read: ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ଭାଙ୍ଗିଲା ୨୦ ବର୍ଷର ରେକର୍ଡ !