ଭୁବନେଶ୍ବର ୨୬।୬: ଯାତ୍ରା ମାଲିକ ଓ କଳାକାର ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ସେ ବାବଦରେ ସଂସ୍କୃତି ବିଭାଗ ତାର ଭୂମିକା ନିର୍ବାହ କରୁଛି । ମୁଁ ଭାବୁଛି ଯଦି କୌଣସି ପ୍ରକାର ଦ୍ଵନ୍ଦ୍ବ ହୋଇଛି କଳାକାର ଓ ଯାତ୍ରା ପାର୍ଟି ମାଲିକ ମାନଙ୍କ ମଧ୍ୟରେ ସେ ବାବଦରେ ସଂସ୍କୃତି ବିଭାଗ ମଧ୍ୟସ୍ଥତା କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଯାତ୍ରା ବିବାଦ ନେଇ ସଂସ୍କୃତି ବିଭାଗ ଆଇନ ବିଭାଗକୁ ଏକ ଡ୍ରାଫ୍ଟ ପଠାଇଥିଲା । ଯେଉଁଥିରେ କୁହାଯାଇଥିଲା ଯାତ୍ରାରେ ସଂସ୍କାର ଆଣିବା ଦାୟିତ୍ବ ଆଇନ ବିଭାଗର । ଯାତ୍ରାରେ ସେନ୍ସର ଲାଗୁ ହେବ, ଅଶ୍ଲୀଳତାକୁ ରୋକିବା ପ୍ରସଙ୍ଗରେ ଆଇନ ଆସିବା ପାଇଁ କୁହାଯାଇଥିଲା । ଇତି ମଧ୍ୟରେ କଳାକାର ଓ କଳାକାର ମଧ୍ୟରେ ମତାନ୍ତର, ଯାତ୍ରା ମାଲିକ ମଧ୍ୟରେ ମଧ୍ୟ ଅସନ୍ତୋଷ ବାତାବରଣ ଯାତ୍ରା ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଥିଲା ।
You Can Read:
ଗଞ୍ଜେଇ ମୁକ୍ତ ହେବ ରାଜ୍ୟ, ଆଇନ ମନ୍ତ୍ରୀ କହିଲେ- ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି