ଭୁବନେଶ୍ବର ୨୮।୮: ବିଏମସି ଅଞ୍ଚଳରେ ସେପ୍ଟେମ୍ବର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା । ସପ୍ତାହେରୁ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ । ପ୍ରତି ୱାର୍ଡ ପାଇଁ ୩ରୁ ୪ ଜଣ ଅଧିକାରୀ ରହିବେ । ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ଜଣାପଡିବ । ଏହି ଗଣନା ପରେ ସହରରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡିବ । ବହୁତ ଦିନ ଆଗରୁ ଏକ ସର୍ଭେ ହୋଇଥିଲା । ନିର୍ଦ୍ଧିଷ୍ଟ ଡାଟା ବା ତଥ୍ୟ ଜାଣିବା ପାଇଁ ଏବେ ପୁଣି ବିଏମ୍ସି କୁକୁର ଗଣନା କରିବ । ଗଣମାଧ୍ୟମରେ ବିଭିନ୍ନ ତଥ୍ୟ ଆସୁଛି, କିନ୍ତୁ ଏକ ବିଏମ୍ସି ତରଫରୁ ସୁନିଶ୍ଚିତ ତଥ୍ୟ ଦିଆଯିବ । ଗଣନା ଲାଗି ନିର୍ଦିଷ୍ଟ ଟ୍ରେନିଂ ଦିଆଯିବ । ସାନିଟେସନରେ କାମ କରୁଥିବା ଲୋକେ ମଧ୍ୟ ସାମିଲ ହେବ ।
You Can Read:
ପୁରୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଗୋଡେଇ ଗୋଡେଇ ଗାଡ଼ି ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ