ଟାଙ୍ଗୀ ୧୯।୧: ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ କାର୍ଯ୍ୟକ୍ରମ । ବାଲୁଗାଁ-ବଡ଼କୂଳ ସ୍ଥିତ CDA ର ରିସର୍ଚ୍ଚ ସେଣ୍ଟର ପରିସରରେ ଏବଂ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସୋମବାର ସକାଳ ୬ଟା ସମୟରେ ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯିବ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ) ଅଧିନରେ ଥିବା ୨ଟି ରେଞ୍ଜ୍ ଇଲାକାରେ (ସାତପଡ଼ା ରେଞ୍ଜ ଇଲାକାରେ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ) ଏହି ଡଲଫିନ୍ ଗଣନା କରାଯିବ । ଗଣନାକାରୀ ମାନେ କିଭଳି ଡଲଫିନ୍ ଗଣନା କରିବେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି । ଏହି ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ । ସୋମବାର ଠାରୁ ୩ ଦିନ ପର୍ଯ୍ୟନ୍ତ (୨୦/୨୧/୨୨ ତାରିଖ ପର୍ଯ୍ୟନ୍ତ) ଡଲଫିନ୍ ଗଣନା ହେବ ।
You Can Read:
ଟ୍ରକ୍ ପଛରେ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୧୦ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ଆହତ