ବ୍ୟାୟାମ ପରେ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Published By : Prameya-News7 Bureau | February 03, 2025 IST

ମୁମ୍ଵାଇ ୦୩।୦୨; ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ପ୍ରତିଦିନ ନିୟମିତ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି । ହେଲେ ବ୍ୟାୟାମ କରିବା ପରେ ପାଣି ସଂଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି...ତେବେ ହୋଇଯାାନ୍ତୁ ସାବଧାନ । କାରଣ ବ୍ୟାୟାମ କରିବା ପରେ ଶରୀରରୁ ଝାଳ ବୁହେ । ଏହା ସହିତ ଗଳା ଶୁଖିବା ଆରମ୍ଭ କରେ । ଏହି କାରଣରୁ ଅନେକ ଲୋକ ନିଜ ଶରୀରର ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ପାଇଁ ବ୍ୟାୟାମ ପରେ ତୁରନ୍ତ ଥଣ୍ଡା କିମ୍ବା ସାଧା ପାଣି ପିଇଥାନ୍ତି । କିନ୍ତୁ ବ୍ୟାୟାମ ପରେ ନିଜକୁ ହାଇଡ୍ରେଟେଡ୍ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ।

କାରଣ ବ୍ୟାୟାମ ଯୋଗୁଁ ନିର୍ଗତ ଝାଳ ଆମ ଶରୀରରେ ତରଳ ପଦାର୍ଥ ଏବଂ ଇଲେକ୍ଟ୍ରୋଲାଇଟ୍ସ ହ୍ରାସ ପାଇଥାଏ। ଏହି କାରଣରୁ ପାଣି ପିଇବା ଆବଶ୍ୟକ । ତଥାପି ବ୍ୟାୟାମ ପରେ ତୁରନ୍ତ ଥଣ୍ଡା ପାଣି ପିଇବା କ୍ଷତିକାରକ ହୋଇପାରେ । କାରଣ ବ୍ୟାୟାମ କରିବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଏ । ଏହି ପରିସ୍ଥିତିରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ବ୍ୟାୟାମ ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରା ହ୍ରାସ ପାଇପାରେ । ଏହି କାରଣରୁ ଆପଣଙ୍କୁ ଥଣ୍ଡା ଲାଗିବାର ସମ୍ଭାବନା ଅଧିକ। ଥଣ୍ଡା ପାଣି ପିଇବା ଦ୍ବାରା ଓଜନ ବୃଦ୍ଧି ହୋଇପାରେ । 

ସେଥିପାଇଁ ବିଶେଷଜ୍ଞମାନେ ବ୍ୟାୟାମ ପରେ ସାଧାରଣ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ଏହା କେବଳ ଓଜନ ହ୍ରାସ କରେ ନାହିଁ ବରଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦକୁ ମଧ୍ୟ ଦୂର କରେ । ବ୍ୟାୟାମ ପରେ ତୁରନ୍ତ ପାଣି ପିଇବା ଦ୍ବାରା ହୃଦସ୍ପନ୍ଦନ ମଧ୍ୟ ପ୍ରଭାବିତ ହୁଏ । କାରଣ ବ୍ୟାୟାମ କରିବା ପରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ । ଥଣ୍ଡା ପାଣି ପିଇବା ଦ୍ବାରା ହୃଦସ୍ପନ୍ଦନ ଏବଂ ରକ୍ତ ସଞ୍ଚାଳନ ହ୍ରାସ ପାଏ ।ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ବ୍ୟାୟାମ ଆରମ୍ଭ କରିବାର ଦୁଇ ଘଣ୍ଟା ପୂର୍ବରୁ ୨ ରୁ ୩ କପ୍ ପାଣି ପିଅନ୍ତୁ । ଏହା ସହିତ ଆପଣଙ୍କ ବ୍ୟାୟାମର ୨୦ ମିନିଟ୍ ପରେ ପାଣି ପିଅନ୍ତୁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.