ଭଦ୍ରକ ୭।୬: ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ବା ବକ୍ରିଇଦ୍ । ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି । ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ଭାଇଚାରାର ସହର ଭଦ୍ରକରେ ମଧ୍ୟ ବହୁ ଧୁମ୍ଧାମ୍ରେ ଏହି ପର୍ବକୁ ପାଳନ କରାଯାଉଛି । ଭଦ୍ରକର ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ସାମୁହିକ ନମାଜ ପାଠ କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଇଦଗାହା ଠାରେ ପହଞ୍ଚି ସମୂହ ନମାଜ ପାଠ କରିଛନ୍ତି । ସକାଳ ପ୍ରାୟ ୮ଟା ୪୫ମିନିଟ୍ରେ ନମାଜ ପାଠ ହୋଇଛି । କୁଆଁସ ଇଦଗାହାରେ ସାମୁହିକ ନମାଜ ପାଠ କରିବେ । ଧର୍ମଗୁରୁ ପ୍ରୋଫେଟ୍ ମହମ୍ମଦ ଇଶ୍ୱରଙ୍କ ଦିବ୍ୟବାଣୀ ଅନୁଯାୟୀ, ନିଜର ସନ୍ତାନମାନଙ୍କୁ ଇଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ ରଖିଥିଲେ । ସେହି ଦିନଠାରୁ ଇସଲାମ ଧର୍ମାବଲମ୍ବୀ ମାନେ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ନାମରେ ପାଳନ କରୁଛନ୍ତି । ଭଦ୍ରକ ସଦରରେ ୪୪ଟି ମସଜିଦରେ ସମୁହ ନମାଜ ପାଠର ବ୍ୟବସ୍ଥା ହୋଇଛି । ସଂପୂର୍ଣ୍ଣ ଜିଲ୍ଲାରେ ୧୪୦ଟି ମସଜିଦରେ ନମାଜ ପାଠ ହୋଇଛି । ସକାଳ ୭ଟାରୁ ୯ଟା ମଧ୍ୟରେ ନମାଜ ପାଠ ସରିଛି ଓ ପ୍ରାର୍ଥନା ପର ଠାରୁ ୩ ଦିନ ପର୍ଯ୍ୟନ୍ତ ବଳିଦାନ ପର୍ବ ପାଳନ ହେବ । ତେବେ ଜିଲ୍ଲାରେ ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ପାଟ୍ରୋଲିଂ କରୁଛି ପୋଲିସ ।
You Can Read:
ଶ୍ରୀମନ୍ଦିରରେ ଚମ୍ପକ ଦ୍ବାଦଶୀ, ଗୁଆଲି ଯାତ୍ରା କରିବେ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ