ଚଣ୍ଡିଖୋଲ ୩୧।୧: ଦିନେ ଦେଶ ସେବା ପାଇଁ ନିଜକୁ ସେନା ବାହିନୀରେ ସାମିଲ କରିଥିଲେ ଆଉ ଅବସର ପରେ ବି ଦେଶ ସେବାରେ ଯୁବପୀଢ଼ିଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅରଖପୁର ଠାରେ ଶାରୀରିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଯୁବପୀଢ଼ିଙ୍କୁ ସେନାରେ ସାମିଲ ହେବା ପାଇଁ ଦେଉଛନ୍ତି ପ୍ରଶିକ୍ଷଣ । ବିନା ପାରିଶ୍ରମିକରେ ଦେଶ ସେବା ପାଇଁ ନିଜକୁ ସାମିଲ କରିଛନ୍ତି ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ।
ଦେଶ ସେବାରେ ନିଜକୁ ସାମିଲ କରିବା ପାଇଁ ସେନା ବାହିନୀରେ ସାମିଲ ହେବା ପାଇଁ ଯୁବପୀଢ଼ି ନେଉଛନ୍ତି ପ୍ରଶିକ୍ଷଣ । ପଡିଆରେ ଚାଲିଛି ଜୋରଦାର ପ୍ରାକ୍ଟିସ୍ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅରଖପୁର ଠାରେ ଆରମ୍ଭ ହୋଇଥିବା ଏ.କେ. ଫିଜିକାଲ ଟ୍ରେନିଂ ସେଣ୍ଟର । ୪ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଆରମ୍ଭ କରିଛନ୍ତି ଏହି ଶାରୀରିକ ପ୍ରଶିକ୍ଷଣ କେନ୍ଦ୍ର । ଏହି କେନ୍ଦ୍ରରେ ୬୦ଜଣ ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ନେଉଛନ୍ତି । ରନିଂ, ହାଇଜମ୍ପ, ଲଙ୍ଗଜମ୍ପ ଭଳି ସେନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି ।
ଚାରି ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଯୁବକ ଯୁବତୀ ମାନଙ୍କୁ ଏହି ପ୍ରଶିକ୍ଷଣ ଦେଉଛନ୍ତି । ବିଶେଷ କରି ବିନା ପାରିଶ୍ରମିକରେ ଏହି ପ୍ରଶିକ୍ଷଣ ଦିଆଯାଉଛି । ପ୍ରତ୍ୟେକ ଦିନ ସକାଳୁ ଯୁବକ ଯୁବତୀ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି । ଦିନେ ଦେଶ ସେବା ପାଇଁ ନିଜକୁ ସେନା ବାହିନୀରେ ସାମିଲ କରିଥିଲେ ଆଉ ଏବେ ସେନା ବାହିନୀରୁ ଅବସର ପରେ ଦେଶ ସେବା ପାଇଁ ନିଜକୁ ସାମିଲ କରିଛନ୍ତି ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ । ସେନାରେ ଭର୍ତ୍ତି କରିବା ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।
ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ସେନା ବାହିନୀରେ ସାମିଲ ହେବା ଲକ୍ଷ୍ୟ ଥିଲେ ସୁଦ୍ଧା ଅଭାବ ଅନଟନ ମଧ୍ୟରେ ଆବଶ୍ୟକୀୟ ପ୍ରଶିକ୍ଷଣ ଅଭାବରୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି । ସେଥିପାଇଁ ଯୁବକ ଯୁବତୀ ମାନେ କେଉଁଭଳି ସେନା ବାହିନୀରେ ସାମିଲ ହୋଇ ପାରିବେ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇ ଦେବା ଲକ୍ଷ୍ୟ ନେଇ ଶାରୀରିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି ।
ଗ୍ରାମାଞ୍ଚଳର ଅଧିକ ଯୁବକ ଯୁବତୀ ମାନେ ଯବାନ ହୋଇ ପାରିବେ ସେଥିପାଇଁ ଜୋରଦାର ଯୁବକ ଯୁବତୀଙ୍କୁ ନେଇ ଶାରୀରିକ ପ୍ରଶିକ୍ଷଣ ଦିଆଯାଉଛି । ମୋଟ୍ ୬୦ ଜଣ ଯୁବକ ଯୁବତୀଙ୍କ ମଧ୍ୟରୁ ତିନି ଜଣ ସେନାରେ ସାମିଲ ହୋଇପାରିଛନ୍ତି । ଆଗାମୀ ଦିନରେ ଅଧିକ ଯୁବକ ଯୁବତୀ ମାନେ କେଉଁଭଳି ସେନାରେ ସାମିଲ ହୋଇ ପାରିବେ ସେଥିପାଇଁ ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଉଦ୍ୟମ ଜାରି ରଖିଛନ୍ତି ।