ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି

Published By : Prameya-News7 Bureau | January 15, 2025 IST

ଝାରସୁଗୁଡ଼ା: ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ବାପା ନବ ଦାସଙ୍କୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଏବଂ ଭାଇ ବିଶାଲଙ୍କୁ ଛତିଶଗଡ଼ରେ ଅଟକ ରଖିବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି ଦୀପାଳି। ସେ କହିଛନ୍ତି ‘‘ମିଡିଆରେ ଏକତରଫା ଖବର ପରିବେଷଣ ହେଉଛି। ମୋ ଉପରେ, ମୋ ପରିବାର ଉପରେ ଆକ୍ଷେପ କରୁଛନ୍ତି। ଗଣମାଧ୍ୟମ ଟିପ୍ପଣୀ ଆମକୁ ଆଘାତ ଦେଉଛି। ବିଜେପି ନେତାମାନେ ନାନା ପ୍ରଶ୍ନ ଉଠାଉଛନ୍ତି ଯେ, ମୁଁ କାହିଁକି ସିବିଆଇ ତଦନ୍ତ ପାଇଁ କହୁନି ? ଆଗାମୀ ଦିନରେ ମୋ ବାପାଙ୍କ ଘଟଣାର ସିବିଆଇ ତଦନ୍ତର ଆଗକୁ ନେବେକି ? ଆମ ସହ ଠିଆ ହୋଇ ତଦନ୍ତକୁ ଆଗେଇ ନେବେକି ? ଯଦି ସରକାର ତଦନ୍ତ ଚାହୁଛନ୍ତି ତେବେ ଆମ ସହ ଆଲୋଚନା କରନ୍ତୁ। ଛତିଶଗଡ଼ରେ ବିନା ଅଭିଯୋଗରେ ମୋ ଭାଇକୁ ଅଟକ ରଖାଗଲା।’’ 

ସୂଚନାଥାଉକି, ଗତ ସପ୍ତାହରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଥିଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବରମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l 

ତେବେ ରାତି ୨ଟାରେ ବିଶାଲ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଲ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଥିଲେ l ଅବଶ୍ୟ ପରେ ବିଶାଲ ଦାସ ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ । ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ପୋଲିସ । ବିଶାଲ ଓ ଅନ୍ୟମାନଙ୍କୁ ଛାଡିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.