ପୂର୍ବ ସ୍ଵାମୀ ନାଗା ଏବଂ ଶୋଭିତାଙ୍କ ବିବାହ ପରେ ପୋଷ୍ଟ ସେୟାର କଲେ ସାମନ୍ଥା, ଲେଖିଲେ-ଝିଅ ଭଳି ଲଢନ୍ତୁ

Published By : Prameya-News7 Bureau | December 05, 2024 IST

ମୁମ୍ଵାଇ ୦୫।୧୨;ସାଉଥର ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ଡିସେମ୍ବର ୪ରେ, ସେମାନେ ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ନାଗାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥାଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି।

ସାମନ୍ଥାଙ୍କ ଭାଇରାଲ୍ ପୋଷ୍ଟ 

ସାମନ୍ଥା ତାଙ୍କ ହଲିଉଡ ତାରକା ଭାୟୋଲା ଡେଭିସ୍‌ଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟ ଷ୍ଟୋରୀ ପକାଇଛନ୍ତି। ଭିଡିଓରେ ଏକ ଛୋଟ ପୁଅ ଏବଂ ଏକ ଛୋଟ ଝିଅ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ପ୍ରାରମ୍ଭରେ ପୁଅ ଏକ ଆତ୍ମବିଶ୍ୱାସୀ ମନୋଭାବ ସହିତ ଲଢେଇ ଆରମ୍ଭ କରେ ଏବଂ ତା’ପରେ ଝିଅ ଠାରୁ ହାରିବା ପରେ କାନ୍ଦିବାକୁ ଲାଗେ । ଏହି ଭିଡିଓ ସେୟାର କରିବାବେଳେ ସାମନ୍ଥା ଲେଖିଛନ୍ତି- ଝିଅ ପରି ଲଢନ୍ତୁ ସାମନ୍ଥାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । 

ସାମନ୍ଥା-ନାଗାଙ୍କ ଛାଡପତ୍ର 

କହିବାକୁ ଗଲେ ସାମନ୍ଥା ଏବଂ ନାଗା ୨୦୧୭ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ବିଷୟରେ ଅନେକ ଚର୍ଚ୍ଚା ହେଉଥିଲା। ସେମାନଙ୍କର ବିବାହ ଗ୍ରାଣ୍ଡ ୱେଡିଂ ଥିଲା । ଯାହାର ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ତା’ପରେ ୨୦୨୧ରେ ଦୁହେଁ ଛାଡପତ୍ର ଘୋଷଣା କଲେ । ସେମାନଙ୍କ ଅଲଗା ହେବାର ଖବର ପ୍ରଶଂସକଙ୍କୁ ଦୁଃଖ ଦେଇଥିଲା। ଛାଡପତ୍ର ପରେ ସାମନ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.