ଫିଲ୍ମମେକର ସୁଭାଷ ଘାଇଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, ଗୋଆ IFFI ଦୌଡାଧାପଡା ଯୋଗୁ ହୋଇପଡିଥିଲେ ଅସୁସ୍ଥ

Published By : Prameya-News7 Bureau | December 08, 2024 IST

ମୁମ୍ବାଇ ୮।୧୨: ଲିଳାବତୀ ହସ୍ପିଟାଲରେ ସୁଭାଷ ଘାଇଙ୍କୁ ଭର୍ତ୍ତି କରାଯିବାର କାରଣ ଏବେ ସାମ୍ନାକୁ ଆସିଛି। ସୁଭାଷ ଘାଇ ନିଜେ ଏକ୍ସ ରେ ପୋଷ୍ଟ କରି ତାଙ୍କ ଫ୍ୟାନସଙ୍କୁ ସ୍ୱାସ୍ଥ୍ୟର ଅପଡେଟ୍ ଦେଇଛନ୍ତି ଓ କହିଛନ୍ତି ଏବେ ସବୁକିଛି ଠିକ୍ ଅଛି ଏବଂ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି। ଇଣ୍ଡିଆ ଟୁଡେ ରିପୋର୍ଟରେ ଲେଖିଥିଲା ଯେ ଫିଲ୍ମ ମେକରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଓ ଅଚାନକ ମୁଣ୍ଡବୁଲେଇବା ଏବଂ ଦୁର୍ବଳତା ଅନୁଭବ କରୁଥିଲେ। 

ସୁଭାଷ ଘାଇ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଗୋଆ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ (ଆଇଏଫଏଫଆଇ) ପାଇଁ ଦୌଡାଧାପଡାରେ ସେ ଅସୁସ୍ଥ ହୋଇପଡିଥିଲେ। ହେଲେ ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି। ଏହା ପୂର୍ବରୁ ସୁଭାଷ ଘାଇଙ୍କ ଟିମ୍‌ ତାଙ୍କ ହେଲଥ୍ ଅପଡେଟ୍ ଜାରି କରି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ କେବଳ ରୁଟିନ ଚେକଅପ ପାଇଁ ମେଡିକାଲକୁ ଆସିଛନ୍ତି। ଟିମ୍ ତାଙ୍କ ବୟାନରେ ଲେଖିଛନ୍ତି ଯେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ସୁଭାଷ ଘାଇ କାଲିଚରଣ, କର୍ଜ, ହିରୋ, ବିଧାତା, ମେରି ଜଙ୍ଗ, କର୍ମା, ରାମ ଲଖନ, ସୌଦାଗର, ଖଲନାୟକ, ପରଦେଶ ଓ ତାଲ ଭଳି ଫିଲ୍ମ ନିର୍ମାଣ କରିଛନ୍ତି। ୱାର୍କଫ୍ରଣ୍ଟରୁ ସୁଭାଷ ଘାଇ ଗତ କିଛି ସମୟ ହେଲା ଇନାକ୍ଟିଭ ଅଛନ୍ତି। କିନ୍ତୁ ବାସ୍ତବରେ ସେ ଇନାକ୍ଟିଭ ନାହାନ୍ତି,ସେ ଏକ ଆକ୍ଟିଂ ସ୍କୁଲ ଚଲାଉଛନ୍ତି। ଯେଉଁଥିରେ ସେ ନୂଆ କଳାକାରମାନଙ୍କୁ ଫିଲ୍ମ ଦୁନିଆରେ ଅଭିନୟ ପାଇଁ ଗୁରୁମନ୍ତ୍ର ଦେଉଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.