ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ ବୈଠକ, ରଥଯାତ୍ରା ସମୟରେ ଚଳାଚଳ କରିବ ସ୍ଵତନ୍ତ୍ର ଟ୍ରେନ୍

Published By : Prameya-News7 Bureau | April 20, 2024 IST

ପୁରୀ ୨୦।୪: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ଵୟ ବୈଠକ ଶେଷ ହୋଇଛି । ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ସ୍ଵାସ୍ଥ୍ୟ ଓ ବିଦ୍ୟୁତ ଯୋଗାଣ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ  କରିବ । ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ ବିଶେଷ ପଦକ୍ଷେପ ନିଆଯିବ । ଏ ନେଇ କେନ୍ଦ୍ରାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

You Can Read : 

ଆଗାମୀ ନିର୍ବାଚନ ନେଇ କୃଷ୍ଣପ୍ରସାଦ ବ୍ଳକ୍‌ରେ ପୁରୀ ଜିଲ୍ଲା ପ୍ରଶାସନର କ୍ଷେତ୍ର ପରିଦର୍ଶନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.