ଭୁବନେଶ୍ବର ୨୬।୮: ସୁବର୍ଣ୍ଣରେଖା ନଦୀରେ ସ୍ଥିତିରେ ସୁଧାର ଆସୁଛି । ରାଜଘାଟରେ ଖସୁଛି ଜଳସ୍ତର । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ବୁଧବାର ଭୋର ସମୟରେ ସତର୍କ ସଂକେତ ତଳକୁ ଆସିବ । କାରଣ ସୋମବାର ସୁବର୍ଣ୍ଣରେଖା ବେସିନ କି ଜାମଶୋଳାଘାଟରେ ବେଶୀ ବର୍ଷା ହୋଇନି । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ରହିଛି । ମରାମତି କାମ ବୁଧବାର କି ପର ଦିନ ଆରମ୍ଭ ହେବ । ବଂଶଧରା, ନାଗାବଳୀ ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି । ଅନ୍ୟ କେଉଁ ବେସିନରେ ବର୍ଷା ହୋଇନି ।
ହୀରାକୁଦରେ ଚାରୋଟି ଗେଟ୍ ବନ୍ଦ ହେବାରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ଯାହା ସ୍ୱାଭାବିକ । ବୁଧବାର ଠାରୁ ସ୍ଥିତି ସ୍ୱାଭାବିକ ହେବ । ଯେଉଁ ଲଘୁଚାପ ଆସୁଛି, ତା ଗତିବିଧି ବଦଳୁଛି । ସଠିକ୍ ଖବର ଆସିଲେ, ଅନ୍ୟ ସୂଚନା ଦେଇ ହେବ ।
ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ୱର ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି । ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
You Can Read: