ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି, ଦେଖନ୍ତୁ VIP ଅଞ୍ଚଳର  ଡ୍ରୋନ ଫଟୋ

Published By : Prameya-News7 Bureau | July 13, 2023 IST

ନୂଆଦିଲ୍ଲୀ ୧୩।୭: ଦିଲ୍ଲୀରେ ଯମୁନା ନଦୀର ବଢୁଥିବା ଜଳସ୍ତର ଜାତୀୟ ରାଜଧାନୀରେ ବନ୍ୟା ସୃଷ୍ଟି କରିଛି। ଯମୁନା ଜଳସ୍ତର ୪୫ ବର୍ଷ ପୂର୍ବର ରେକର୍ଡ ଭାଙ୍ଗିଛି।  ଗୁରୁବାର ଯମୁନା ନଦୀରେ ଜଳସ୍ତର ୨୦୮.୬ ମିଟରକୁ ପହଞ୍ଚିଛି। ପରିସ୍ଥିତିକୁ ଦେଖି ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ବନ୍ୟା ପାଣି ସିଭିଲ ଲାଇନ୍ସ ଅଞ୍ଚଳକୁ ପ୍ରବେଶ କରିଛି। ରାଜଧାନୀର ଏହି ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଆବାସ ମଧ୍ୟ ରହିଛି। ତେବେ ବନ୍ୟା ପାଣି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାରୁ ମାତ୍ର ୨୫୦ ମିଟର ଦୂରରେ ରହିଛି।

ଯମୁନାର ରୌଦ୍ର ରୂପ; ଦିଲ୍ଲୀରେ ଦେଖା ଦେବ ଜଳ ସଂକଟ, ତିନି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ

ଜାତୀୟ ରାଜଧାନୀରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ (ଡିଡିଏମଏ)ର ଜରୁରି ବୈଠକ ଡାକିଥିଲେ। ଯମୁନା ଜଳସ୍ତର ଯଦି ତୁରନ୍ତ ହ୍ରାସ ନ ହୁଏ ତେବେ ବନ୍ୟା ସିଭିଲ ଲାଇନ୍ସକୁ ବୁଡାଇବା ଏବେ ନିଶ୍ଚିତ ହୋଇଯାଇଛି। ବନ୍ୟା ପାଣି ବଢିଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାକୁ ମଧ୍ୟ ପ୍ରବେଶ କରିପାରେ। ତେବେ ମିଳୁଥିବା ସୂଚନାରୁ ବନ୍ୟା ପାଣି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ପଶିଲାଣି।

{"id":816552,"sizeSlug":"full","linkDestination":"none"}

ଏଣୁ ପରିସ୍ଥିତିକୁ ନଜର ରଖି ରାଜ୍ୟପାଳ ଡକାଇଥିବା ଡିଡିଏମଏ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ରବିବାର ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ନନ୍ ଇସେନସିଆଲ ସରକାରୀ ଦପ୍ତରଗୁଡିକୁ ମଧ୍ୟ ରବିବାର ପର୍ଯ୍ୟନ୍ତ ଛୁଟି କରି ଦିଆଯାଇଛି। ରାଜଧାନୀ ଦିଲ୍ଲୀରେ ଥିବା ଘରୋଇ କାର୍ଯ୍ୟାଳୟ ଓ କମ୍ପାନୀମାନଙ୍କୁ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାଶ୍ମୀରଗେଟ୍ ଆଖପାଖର ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କୁ ରବିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି।

ବନ୍ୟା ବିତ୍ପାତ: ଲାଲକିଲ୍ଲାରେ ପଶିଲା ପାଣି, ସ୍କୁଲ ଓ କଲେଜ ବନ୍ଦ

ଏହାଛଡା କୌଣସି ଇଣ୍ଟରଷ୍ଟେଟ୍‌ ବସ୍‌କୁ ଦିଲ୍ଲୀ ଆଇଏସବିଟିକୁ ନ ଆସିବା ଲାଗି କୁହାଯାଇଛି। ଉପୁଜିଥିବା ପରିସ୍ଥିତିରେ ଲୋକଙ୍କୁ ସିଂଘୁ ବର୍ଡରରେ ଡିଟିସି ବସ୍ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଦିଲ୍ଲୀ ବନ୍ୟାର ଏବେ ଯେଉଁ ଛବି ଆସୁଛି ତାହା ବାସ୍ତବିକ ଡରାଇବା ଭଳି। ଲାଲକିଲ୍ଲା ବାହାରେ ଆଣ୍ଠୁଏ ଉଚ୍ଚର ପାଣି ଛିଡା ହୋଇଛି।  କାଶ୍ମୀର ଗେଟ୍, ମନେଷ୍ଟ୍ରି, ଯମୁନା ବଜାର, ଯମୁନା ଖାଦର, ମଜନୁକା ଟିଲା ଓ ଯମୁନା ବ୍ୟାଙ୍କ ମେଟ୍ରୋ ଷ୍ଟେସନ ସାମ୍ନାକୁ ବନ୍ୟାପାଣି ପହଞ୍ଚି ଯାଇଛି। ଏଣୁ ମେଟ୍ରୋଷ୍ଟେସନର ଏଣ୍ଟ୍ରି ଓ ଏଗଜିଟ୍ ଗେଟ୍ ବନ୍ଦ କରିଦିଆଯାଇଛି।

{"id":816553,"sizeSlug":"full","linkDestination":"none"}

ରାଜଧାନୀ ଦିଲ୍ଲୀରେ ବ୍ଲୁ ଲାଇନ ସେବା ଏବେବି ଜାରି ରହିଛି। ଲକ୍ଷ୍ମୀ ନଗର ଅଥବା ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଯାତାୟାତ ହୋଇପାରୁଛି। ଏଣୁ ଏହି ମେଟ୍ରୋ ଷ୍ଟେସନକୁ ବ୍ୟବହାର କରିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି। ଯମୁନାରେ ବଢୁଥିବା ଜଳସ୍ତର ଯୋଗୁ ନଦୀ ଉପରେ ନିର୍ମିତ ସମସ୍ତ ୪ଟି ଯାକ ମେଟ୍ରୋ ପୋଲରେ ଟ୍ରେନ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ଗତି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.