ସାଉଥ୍ ଆଫ୍ରିକାର ଦିଗ୍ଗଜ କ୍ରିକେଟର ପତ୍ନୀଙ୍କୁ ଦେଲେ ଛାଡପତ୍ର, ୧୪ ବର୍ଷ ବୈବାହିକ ଜୀବନର ଦ ଏଣ୍ଡ୍..

Published By : Prameya-News7 Bureau | February 17, 2025 IST

ମୁମ୍ୱାଇ ୧୭/୦୨: ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର କାହାଣୀ ମନରୁ ଲିଭିନି । ଗତ କିଛି ଦିନ ଧରି ଭାରତୀୟ କ୍ରିକେଟର ଦୁଇ ବଡ଼ ଖେଳାଳି ଖବରର ଶିରୋନାମାରେ । ଯଦିଓ ସେମାନଙ୍କ ଛାଡପତ୍ର ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି । କିନ୍ତୁ ସାଉଥ ଆଫ୍ରିକାର ଜଣେ ପୂର୍ବତନ କ୍ରିକେଟର କିନ୍ତୁ ନିଜ ବୈବାହିକ ଜୀବନର ଏମିତି ଖବର ସେୟାର କରିଛନ୍ତି । ଯାହାକୁ ଶୁଣି ଫ୍ୟାନ୍ସ ତାଜବୁ । 

ଦକ୍ଷିଣ ଆଫ୍ରିକା ସେହି ଖେଳାଳି ଏବେ ନିଜ ପତ୍ନୀଙ୍କୁ ଦେଇଛନ୍ତି ଛାଡପତ୍ର । କହିବାକୁ ଗଲେ ପୂର୍ବତନ ଖେଳାଳି ଜେପି ଡୁମିନି ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଏହି ମେସେଜ ସେୟାର କରିଛନ୍ତି । ଏହା ସହ ଗୋପନୀୟତା ବଜାୟ ରଖିବାକୁ ବି ଦାବି କରିଛନ୍ତି । 




୧୪ ବର୍ଷ ପତ୍ନୀଙ୍କଠାରୁ ଅଲଗା:

ସୋମବାର, ଫେବୃଆରୀ ୧୭ ତାରିଖରେ ଜେପି ଡୁମିନି ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଏକ ହୃଦୟ ବିଦାରକ ଖବର ସେୟାର କରିଥିଲେ । ଡୁମିନି ୧୪ ବର୍ଷର ବିବାହ ପରେ ତାଙ୍କ ପତ୍ନୀ ସୁ ଡୁମିନିଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଡୁମିନି ଏବଂ ସୁ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି ସେମାନଙ୍କ ଛାଡପତ୍ରକୁ ନିଶ୍ଚିତ କରିଛନ୍ତି। 

ପ୍ରଶଂସକମାନଙ୍କୁ ଡୁମିନିଙ୍କ ସ୍ୱତନ୍ତ୍ର ଅପିଲ୍:

ଡୁମିନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଡୁମିନି ଏବଂ ସୁଙ୍କ ବୟାନ ରହିଛି । ସେଥିରେ ଲେଖାଥିଲା, 'ବହୁତ ବିଚାର ବିମର୍ଶ ପରେ, ସୁ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ।' ଆମେ ଭାଗ୍ୟବାନ ଥିଲୁ ଯେ ଆମ ବିବାହ ସମୟରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଏକାଠି ବିତାଇଥିଲୁ । 

ଭଗବାନଙ୍କ ଆଶୀର୍ବାଦରୁ ଆମର ଦୁଇଟି ସୁନ୍ଦର ସୁନ୍ଦର ଝିଅ ଅଛନ୍ତି । ଏହି ସମୟରେ, ଆମେ ଏହି ପରିବର୍ତ୍ତନକୁ ନେଭିଗେଟ୍ କରିବା ସମୟରେ ଗୋପନୀୟତା ମାଗୁଛୁ । ଯଦିଓ ଆମର ପଥ ଅଲଗା ହୋଇଗଲାଣି, ଆମେ ବନ୍ଧୁ ହୋଇ ରହିବୁ, ଆମର ବିଚ୍ଛେଦ ସୌହାର୍ଦ୍ଦପୂର୍ଣ୍ଣ। ଏହି ସମୟରେ ଆପଣଙ୍କ ବୁଝାମଣା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଜେପି ଏବଂ ସୁ'।

also read..

ସିଲେକ୍ସନ କମିଟି ବୈଠକରେ ହଙ୍ଗାମା, ୩ ଖେଳାଳିଙ୍କୁ ନେଇ ଗମ୍ଭୀର-ଅଗରକରଙ୍କ ମଧ୍ୟରେ ବିବାଦ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.