ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ

Published By : Prameya-News7 Bureau | May 01, 2025 IST

ବ୍ରହ୍ମପୁର ୧।୫ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ । ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ । 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ କାଟିଲେ ଯୁବକ । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ । ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । 

ତେବେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ଜଣେ ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମୃତ ଯୁବତୀଙ୍କ ପରିବାର ଲୋକ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ।

You Can Read:

ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଆକ୍ସନରେ ପୋଲିସ, ଓଡ଼ିଶା ସୀମାରେ ହାଇଆଲର୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.