ନୂଆଦିଲ୍ଲୀ ୨୪।୦୭: ବିଶ୍ବ କ୍ରିକେଟରେ ପିତା ଓ ପୁତ୍ର ବିପକ୍ଷରେ ଖେଳିବା ବହୁତ କମ୍ ଦେଖିବାକୁ ମିଳେ । କିନ୍ତୁ ଆଫଗାନିସ୍ତାନର କିମ୍ବଦନ୍ତୀ ଅଲରାଉଣ୍ଡର ମହମ୍ମଦ ନବିଙ୍କ ଏହି ସ୍ୱପ୍ନ ୪୦ ବର୍ଷ ବୟସରେ ସାକାର ହୋଇଛି । ନବି ଆଫଗାନିସ୍ତାନର ପ୍ରମୁଖ T20 କ୍ରିକେଟ ଟୁର୍ନାମେଣ୍ଟ ଶ୍ପାଗେଜା କ୍ରିକେଟ ଲିଗ୍ (SCL)ର ଏକ ମ୍ୟାଚରେ ତାଙ୍କ ପୁଅ ହାସନ ଇସାଖିଲଙ୍କ ସହ ଆମ୍ନାସାମ୍ନି ହୋଇଥିଲେ । ନବିଙ୍କୁ ପ୍ରମାଣ ମିଳିଥିଲା କି ଏହି ଯୁବ ପିଢ଼ି କ'ଣ କରିପାରନ୍ତି । ଏହି ଆଫ୍ଗାନିସ୍ତାନ ପ୍ରିମିୟର୍ ଲିଗ୍ ନବିଙ୍କ ପ୍ରଥମ ବଲ୍ରେ ଛକା ମାରି ଇସାଖିଲ୍ ପିତାଙ୍କୁ ଅଲଗା ପ୍ରକାରର ସ୍ବାଗତ କରିଥିଲେ । ଆଉ ଲଗାଇଥିଲେ ଏକ ଚମତ୍କାର ଅର୍ଦ୍ଧଶତକ । ଜୁନିୟର ନବି ୩୬ ବଲ୍ରୁ ୫୨ ରନ୍ କରିଥିଲେ ।
ଆମୋ ରିଜିଅନ୍ ପକ୍ଷରୁଖେଳୁଥିବା ପିତା ନବି ନବମ ଓଭରରେ ବୋଲିଂ କରିବାକୁ ଆସିଥିଲେ । ବ୍ୟାଟିଂ ଏଣ୍ଡରେ ଥିଲେ ମିସ୍ ଐନେକ୍ ରିଜିଅନ୍ର ୧୮ ବର୍ଷୀୟ ଇସାଖିଲ ଷ ୪୦ ବର୍ଷୀୟ ନବିଙ୍କ ପ୍ରଥମ ବଲ୍କୁ ମିଡ୍ ଓ୍ବିକେଟ୍ ଉପରେ ସେ ଛକା ମାରିଥିଲେ । ଏହାପରେ ନବିଙ୍କୁ ଜୁନିୟର୍ କିଛି କହିଥିଲେ । ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା । ଯାହା ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉ ହେଉ ବେଶ୍ ଭାଇରାଲ୍ ହୋଇଯାଇଥିଲା ।
ମହମ୍ମଦ ନବିଙ୍କ ପୁଅ ଇଶାଖିଲ ହାସନଙ୍କୁ ଉଦୀୟମାନ ପ୍ରତିଭାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ଏବଂ ସେ ଏହା ଅନେକଥର ପ୍ରମାଣ କରିଛନ୍ତି। ୧୮ ବର୍ଷୀୟ ଏହି ଖେଳାଳି ଏପର୍ଯ୍ୟନ୍ତ ତାଙ୍କ ଜାତୀୟ ଦଳ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇନାହାଁନ୍ତି । କିନ୍ତୁ ଆଶା କରାଯାଉଛି ଯେ ସେ ଖୁବଶୀଘ୍ର ଅନ୍ତର୍ଜାତୀୟ ସ୍ତରରେ ଚମକିବେ । ଇଶାଖିଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୪ଟି ମ୍ୟାଚ୍ ଖେଳି ୩୩୦ ରନ୍ କରିଛନ୍ତି । ସେହି ସମୟରେ ସେ ୨୪ ଟି-୨୦ ମ୍ୟାଚ୍ ଖେଳି ୫୪୭ ରନ୍ କରିଛନ୍ତି । ଇଶାଖିଲଙ୍କ ଫର୍ମ କିଛି ସମୟ ପାଇଁ ଭଲ ନଥିଲା କିନ୍ତୁ ଏବେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଖାଇଛନ୍ତି।