ଭୁବନେଶ୍ବର ୧୪।୩: ରାଜରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା । ନାକେଦମ୍ ହେଲା ପୋଲିସ । ଲୋକଙ୍କୁ କଲେ ଗାଳିଗୁଲଜ । ପିସିଆର୍ ବି ବର୍ତ୍ତିଲାନି । ନିଶାସକ୍ତ ଅବସ୍ଥାରେ ମାରିରେ ଗୋଇଠା, ବିଧା । ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ହାଇଡ୍ରାମା ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଚନ୍ଦ୍ରଶେଖରପୁରର ଏକ ମଦ ଦୋକାନ ସମ୍ମୁଖରେ ଯୁବତୀ ଜଣଙ୍କ ଉତ୍ପାତ କରୁଥିବା ବେଳେ ଧରାପଡିଥିଲେ । ପୋଲିସ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ପୋଲିସ ଏବଂ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଏମିତିକି ଏଥିରୁ ସାଧାରଣ ଲୋକ ବି ବର୍ତ୍ତି ନଥିଲେ । ସେମାନଙ୍କୁ ମଧ୍ୟ ସଂପୃକ୍ତ ନିଶାସକ୍ତ ଯୁବତୀ ଜଣଙ୍କ ଗାଳିଗୁଲଜ କରିଥିଲେ । ଏପରିକି ପିସିଆର୍ ଭ୍ୟାନ୍ରେ ଯୁବତୀଙ୍କୁ ନେବା ବେଳେ ଗାଡ଼ିକୁ ମଧ୍ୟ ଗୋଇଠା, ବିଧା ମାରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ମାସ ତଳେ ସଂପୃକ୍ତ ଯୁବତୀ ମହିଳା ପୋଲିସ କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଯୁବତୀଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ମାମଲା ରହିଛି । ଚନ୍ଦ୍ରଶେଖରପୁର ଥାନା ସ୍ଥିତ ଡମଣା ଛକରେ ଥିବା ବସ୍ ଷ୍ଟପ୍ରେ ଜଣେ ଯୁବତୀ ନିଶାସକ୍ତ ଅବସ୍ଥାରେ ଶୋଇ ରହିଥିଲେ । ଯାହାର ଖବର ପାଇ ସ୍ଥାନୀୟ ଥାନା ପିସିଆର୍ ପହଞ୍ଚିଥିଲେ । ହେଲେ ପୋଲିସକୁ ଯୁବତୀ ଜଣକ ଅସଭ୍ୟ ଭାଷାରେ ଗାଳି କରିଥିଲେ । ପରେ ଥାନାକୁ ଜଣାଇବା ପରେ ଥାନାରୁ ଜଣେ ମହିଳା କନେଷ୍ଟବଳ ଆସିଥିଲେ । ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ମଧ୍ୟ ପୋଲିସ ପରିସ୍ଥିତିକୁ ଆୟତ୍ତ କରି ପାରିନଥିଲା । ଯୁବତୀଙ୍କ ପୁରୁଷ ବନ୍ଧୁ ଛାଡି ପଳାଇଥିବା ବେଳେ ମଉକା ଦେଖି ଯୁବତୀଙ୍କୁ ବାର୍ରୁ ଆଣିଥିବା ବନ୍ଧୁ ପୋଲିସ ଜିମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ । ହେଲେ ପିସିଆର ଏହି ବାବଦରେ ଥାନା ଅଧିକାରୀଙ୍କୁ ଜଣାଇବା ସହ ଯୁବକ ଏବଂ ତାଙ୍କ ଗାଡ଼ିକୁ ଥାନାକୁ ଆଣିଥିଲେ ଓ ଯୁବତୀଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ ।
ତେବେ ରାଜଧାନୀରେ ରାତିରେ ଲୁଟପାଟ ବଢ଼ୁଥିବା ବେଳେ ପୋଲିସ ଏବଂ ପିସିଆର ଭ୍ୟାନ୍ ଚାରିଆଡ଼େ ପଇଁତରା ମାରୁଛନ୍ତି । କିନ୍ତୁ ବାରମ୍ବାର ଏଭଳି ନିଶାସକ୍ତ ଯୁବତୀ ମାନଙ୍କ ଉତ୍ପାତ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
You Can Read:
ଘରେ ପଶି ବ୍ୟବସାୟୀଙ୍କ ଗଳା କାଟିଲେ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାରୁ ଏମିତି ଘଟିଥିବା ସନ୍ଦେହ