ସୁଧୁରିଛି ହୀରାକୁଦ ଜଳଭଣ୍ଡାର ସ୍ଥିତି, ଗେଟ୍ ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି

Published By : Prameya-News7 Bureau | July 25, 2024 IST

ସମ୍ୱଲପୁର ୨୫/୦୭: ସୁଧୁରିଛି ହୀରାକୁଦ ଜଳଭଣ୍ଡାର ସ୍ଥିତି । ଉପରମୁଣ୍ଡରେ ବର୍ଷା ଫଳରେ ଜଳଭଣ୍ଡାରକୁ ଇନଫ୍ଲୋ ବୃଦ୍ଧି ପାଉଛି । ଚଳିତ ମୌସୁମୀ ସମୟରେ ପ୍ରଥମ କରି ଜଳଭଣ୍ଡାରକୁ ଇନଫ୍ଲୋ ଏକ ଲକ୍ଷ କ୍ୟୁସେକ ଉପରେ ରହିଛି । 

ଗୁରୁବାର ସକାଳ ୯ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୨ ହଜାର ୫୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ଜଳସ୍ତର ବୃଦ୍ଧି ପାଇ ୬୦୪.୯୧ ଫୁଟରେ ପହଂଚିଛି । ସ୍ଥିତି ଦେଖି ଆଗକୁ ଗେଟ୍ ଖୋଲିବା ନେଇ ଆଜି ନିଷ୍ପତ୍ତି ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । 

ହୀରାକୁଦ ମୁଖ୍ୟ ଯନ୍ତ୍ରୀ ଜଳସମ୍ପଦ ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ଗତ ବର୍ଷ ଜୁଲାଇ ୨୩ ତାରିଖରେ ଖୋଲିଥିଲା ଗେଟ୍ । ଏ ବର୍ଷ ବି ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.