ଭୁବନେଶ୍ବର ୨।୧: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀରେ ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ରାଜଧାନୀରେ ବିଭିନ୍ନ ଛକରେ ରାସ୍ତା ଅବସ୍ଥା ବୁଲି ଦେଖିଛନ୍ତି ମନ୍ତ୍ରୀ । ତାଙ୍କ ସହ ବିଏମ୍ସି କମିଶନର, ବିଡିଏ ଭିସିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
ସେପଟେ ପ୍ରବାସୀ ଭାରତୀୟ ଦିବସ ପାଇଁ ଗୃହ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍ କରାଯାଇଛି । ଏହି କଣ୍ଟ୍ରୋଲ ରୁମ୍ରେ ଟେଲିଫୋନ୍ ନମ୍ବର ହେଲା ୦୬୭୪-୨୩୯୦୪୧୧ ଏବଂ ୦୬୭୪-୨୩୯୦୮୧୧ । ଏହା ଜାନୁଆରୀ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅହୋରାତ୍ର ଖୋଲା ରହିବ ।
ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ହେଉଛି ପ୍ରବାସୀ ଭାରତୀୟ ଦିବସ । ଏହା ତିନି ଦିନ ଅର୍ଥାତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
You Can Read:
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଲୁହା ପଥର ବୋଝେଇ ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ