ବଡବିଲ ୧୦।୬: ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ମାରିଦେଲା ନୃଶଂସ ସ୍ଵାମୀ । ସୋମବାର ରାତିରେ ବଡ଼ବିଲ ଗାଡ଼ା ହଟିଂ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ଅଭିଯୁକ୍ତ ସ୍ଵାମୀକୁ ଥାନାରେ ଅଟକ ରଖିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବଡ଼ବିଲ ଗାଡ଼ା ହଟିଂ ଅଞ୍ଚଳରେ ଉଭୟ ସ୍ବାମୀ-ସ୍ତ୍ରୀ ଦିନ ମଜୁରିଆ ଭାବେ କାମକରନ୍ତି । ସୋମବାର ରାତିରେ ମଦ ପିଇବା ପାଇଁ ସ୍ତ୍ରୀ ଜାନକୀକୁ ଟଙ୍କା ମାଗିଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଜାନକୀଙ୍କ ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା ସ୍ଵାମୀ ଟାକଲୁ । କିଛି ସମୟ ଭିତରେ ହିଁ ଜାନକୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜାନକୀଙ୍କ ମୃତଦେହକୁ ଜବତ କରିଛି । ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ଟାକଲୁ ସିଦ୍ଦୁକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।
You Can Read:
ଦଇତାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କ ନିଲମ୍ବନ ଅବଧି ଶେଷ, ମହାପ୍ରଭୁଙ୍କ ସ୍ନାନଯାତ୍ରା ପ୍ରସ୍ତୁତି ନୀତିରେ ସାମିଲ