Game Of Thronesର ଅଭିନେତା ଇୟାନଙ୍କ ଦେହାନ୍ତ, କର୍କଟ ରୋଗରେ ଥିଲେ ପୀଡିତ

Published By : Prameya-News7 Bureau | May 08, 2024 IST

ମୁମ୍ଵାଇ ୦୮।୦୫: ଗେମ୍ସ ଅଫ୍ ଥ୍ରୋନ୍ସରେ ଲାନିଷ୍ଟର ଭୂମିକାରେ ଅଭିନୟ କରିଥିବା ଭେଟେରାନ ବ୍ରିଟିଶ ଅଭିନେତା ଇୟାନ ଗେଲଡରଙ୍କ ଦେହାନ୍ତ ହୋଇଛି। ସେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗେଲଡରଙ୍କ ମୃତ୍ୟୁ ତାଙ୍କ ପରିବାର ଦ୍ୱାରା ନିଶ୍ଚିତ ହୋଇଛି। ଏହି ଖବର ଆସିବା ମାତ୍ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ମାସ ଧରି ଇୟାନ କର୍କଟ ରୋଗରେ ପୀଡିତ ଥିଲେ। ଏହି ରୋଗ ସହ ଲଢୁଥିବା ବେଳେ ସୋମବାର ଏହି ଜଗତକୁ ଅଲବିଦା ଦେଇଛନ୍ତି।

 

ଇୟାନ ଗେଲଡରଙ୍କ ସହ-ଅଭିନେତା ବେନ ଡାନିଏଲ୍ସ ମଙ୍ଗଳବାର ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, 'ଇଆନ୍ ଗେଲଡର୍ ଗତ ପାଞ୍ଚ ମାସ ଧରି ପିତ୍ତଳ ନଳୀ କର୍କଟ ସହିତ ଲଢୁଥିଲେ। ମୋତେ କହିବାକୁ ପଡିଡୁଛି କି ସେ ଆଉ ଏହି ଦୁନିଆରେ ନାହାଁନ୍ତି । ଗେଲଡର କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଡିସେମ୍ବରରେ ଜଣାପଡିଥିଲା। ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଭାବି ନଥିଲି ଯେ ସେ ଏତେ ଶୀଘ୍ର ଆମକୁ ଛାଡି ଚାଲିଯିବେ ।

ବେନ୍ ଡାନିଏଲ୍ସ ଆହୁରି ଲେଖିଛନ୍ତି, 'ଗେଲଡର୍ ବହୁତ ସାହସର ସହିତ ତାଙ୍କ ରୋଗର ସାମ୍ନା କରିଥିଲେ। ସେ ଜଣେ ଦୟାଳୁ, ଉଦାର ଏବଂ ସ୍ନେହୀ ବ୍ୟକ୍ତି ଥିଲେ। ଇଆନ୍ ଗେଲଡର୍ ଗେମ୍ ଅଫ୍ ଥ୍ରୋନ୍ସର ପାଞ୍ଚଟି ସିରିଜରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ୱେବ୍ ସିରିଜ୍ 'ଫାଦର ବ୍ରାଉନ୍'ରେ ମଧ୍ୟ ଦେଖିବାକୁ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.