ସୁବର୍ଣ୍ଣରେଖା ନଦୀରୁ ବାଲି ଲୁଟୁଛନ୍ତି ମାଫିଆ, ଚେଇଁ ଶୋଇଛି ପ୍ରଶାସନ

Published By : Prameya-News7 Bureau | May 08, 2024 IST

ଜଳେଶ୍ବର ୮/୫: ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ । ବିନା ଟ୍ରାଞ୍ଜିଟ ପାସ ଓ ଜାଲ୍‌ ଟୋକନରେ ଶହ ଶହ ଟ୍ରିପ ବାଲି ଉଠାଯାଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ଶିଖରପୁର ଠାରେ କିଛି ମାଫିଆ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରୁଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଗାଁ ଲୋକେ ଏହାକୁ ବିରୋଧ କରିବା ସହ ଗାଡିକୁ ଅଟକ ରଖିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । 

ବେଆଇନ ବାଲି ଚାଲାଣ ଯୋଗୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ପକେଟ ଗରମ କରି ମାଲାମାଲ ହେଉଛନ୍ତି ବାଲି ମାଫିଆ । ପ୍ରଶାସନ ବାଲି ମାଫିଆଙ୍କ ସହ ଡିଲ୍‌ କରି ଏସବୁ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ବାଲି ଚାଲାଣ ବନ୍ଦ କରିବା ସହ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । 

You Can Read: ସାଂସଦ ଅନୁଭବଙ୍କ ବଢିଲା ଅଡ଼ୁଆ, ଖାରଜ ହେଲା ଡିସଚାର୍ଜ ପିଟିସନ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.