ସଂକଟଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢାଇଲା IMF, ୨.୯ ବିଲିୟନ ଡଲାର ଋଣ ଦେବାକୁ ରାଜି

Published By : Prameya-News7 Bureau | September 01, 2022 IST

ନୂଆଦିଲ୍ଲୀ: ଭୟଙ୍କର ଆର୍ଥିକ ସଂକଟର ସାମନା କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟ ପାଇଁ ଆଗକୁ ଆସିଛି ଅନ୍ତରାଷ୍ଟ୍ରୀୟ ମୁ୍ଦ୍ରା ପାଣ୍ଠି । ଶ୍ରୀଲଙ୍କାକୁ ୨.୯ ବିଲିୟନ ଡଲାର ଋଣ ଦେବା ପାଇଁ ଆଇଏମଏଫ ରାଜି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୧୯୪୮ ମସିହାରେ ସ୍ୱାଧୀନ ହେବା ପରେ ଶ୍ରୀଲଙ୍କା ଆଜି ଯାଏଁର ସବୁଠୁ ବଡ଼ ଆର୍ଥିକ ସଂକଟର ସାମନା କରୁଛି । ଦେଶ ନିକଟରେ ବିଦେଶୀ ମୁଦ୍ରାର ଅଭାବ ରହିଛି, ଏହି କାରଣରୁ ଜରୁରୀ ସାମଗ୍ରୀ ଆମଦାନୀ କରିପାରୁ ନାହିଁ।

ଆଇଏମଏଫ ଏକ ବୟାନ ଜାରି କରି କହିଛି, ଆଇଏମଏଫ ଏବଂ ଶ୍ରୀଲଙ୍କା ଅଧିକାରୀଙ୍କ ମଧ୍ୟରେ ପ୍ରାୟ ୨.୯ ବିଲିୟନ ଡଲାରର ବିସ୍ତାରିତ ଫଣ୍ଡ ସୁବିଧା (ଇଏଫଏଫ) ଜରିଆରେ ୪୮ ମାସର ଋଣ ଉପରେ ସହମତି ପ୍ରକାଶ ପାଇଛି।   

ଏହା ପୂର୍ବରୁ ଆର୍ଥିକ ସାହାଯ୍ୟ ପାଇଁ ଆଇଏମଏଫ ଶ୍ରୀଲଙ୍କାକୁ ଅନେକ ସୁଧାରାତ୍ମକ ପଦକ୍ଷେପ ଉଠାଇବାକୁ କହିଥିଲା । ଏହାସହ ଶ୍ରୀଲଙ୍କାକୁ ଋଣ ଦେଇଥିବା ଦେଶ ଗୁଡିକୁ ଋଣରେ ରିହାତି ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.