୧.୪ ଲକ୍ଷ କୋଟିର ଡିଫେନ୍ସ ଡିଲ୍ ଉପରେ ବାଜିବ ମୋହର; ଆହୁରି ସଶକ୍ତ ହେବ ସେନା

Published By : Prameya-News7 Bureau | November 24, 2023 IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୩ଟି ବଡ଼ ସ୍ବଦେଶୀ ପ୍ରକଳ୍ପକୁ ପ୍ରାରମ୍ଭିକ ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିପାଇଁ ମୋଟ୍ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଏହି ବଜେଟରେ ଗୋଟିଏ  ଏୟାରକ୍ରାଫ୍ଟ କ୍ୟାରିୟର, ୯୭ଟି ତେଜସ୍ ଯୁଦ୍ଧ ବିମାନ ଏବଂ ୧୫୬ଟି ପ୍ରଚଣ୍ଡ ଯୁଦ୍ଧ ହେଲିକପ୍ଟର ନିର୍ମାଣ କରାଯିବ । ସୂଚନା ଅନୁଯାୟୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧୀନରେ ଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୩୦ ନଭେମ୍ବରରେ ହେବାକୁ ଥିବା  ବୈଠକରେ ତିନି ମହତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ AoN ସ୍ବୀକୃତି ଦେବାର ସମ୍ଭାବନା ରହିଛି । ଏହି କିଣିବା ପ୍ରକ୍ରିୟା ପ୍ରକଳ୍ପର ପ୍ରଥମ ପାଦ ବୋଲି କୁହାଯାଉଛି ।   

wp:embed {"url":"https://www.prameyanews7.com/israel-hamas-war-30-killed-abu-hussein-un-school-jabalia-refugee/","type":"wp-embed","providerNameSlug":"prameya-news-7"}
https://www.prameyanews7.com/israel-hamas-war-30-killed-abu-hussein-un-school-jabalia-refugee/
/wp:embed

ଏହି ଅସ୍ତ୍ରଶସ୍ତ୍ର ପ୍ରାଣାଳୀ ଓ ପ୍ଲାଟଫର୍ମ ସୂଚୀରେ  ୧୮୦ଟି ହାଲୁକା ଯୁଦ୍ଧ ବିମାନ ମାର୍କ 1A ସାମିଲ ରହିଛି । ଏଥିପାଇଁ ଆନୁମାନିକ ୧.୨ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟ ହେବ । ଏହି ପ୍ରକଳ୍ପରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନକୁ ବିକାଶିତ କରିବା ପ୍ରସ୍ତାବ ପଡ଼ିପାରେ । ସେହିପରି ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ Su-30MKI ଯୁଦ୍ଧ ବିମାନକୁ ବିକଶିତ କରିବା କାର୍ଯ୍ୟକ୍ରମ ସାମିଲ୍ ରହିଛି ।  ଏଥିପାଇଁ ୬୦ହଜାର କୋଟି ଟଙ୍କା ଅଧିକ ବ୍ୟୟ ହେବ । ମେଡ୍ ଇନ ଇଣ୍ଡିଆ ପ୍ରୋଜେକ୍ଟରେ ହିନ୍ଦୁସ୍ତାନ ଏରୋନାଟିକ୍ସ ମିଲିଟେଡ୍ ବା ହାଲ୍ ଏବଂ ଭାରତୀୟ ବାୟୁସେନାର ସଂଯୁକ୍ତ ପ୍ରାୟସ ସାମିଲ ରହିଛି । ଯେଉଁଥିରେ ବିମାନର ସ୍ବଦେଶୀ ରାଡାର, ଏବିୟନୋନିକ୍ସ ଏବଂ ଅସ୍ତ୍ରଶସ୍ତ୍ର ଲେସ୍ କରାଯିବ ।

wp:embed {"url":"https://www.prameyanews7.com/qatar-court-accepts-india-appeal-against-death-penalty-to-ex-indian-navy-men/","type":"wp-embed","providerNameSlug":"prameya-news-7"}
https://www.prameyanews7.com/qatar-court-accepts-india-appeal-against-death-penalty-to-ex-indian-navy-men/
/wp:embed

ଗୋଟିଏ ଥର AoN ସ୍ବୀକୃତି ମିଳିବା ପରେ ୩ ଚୁକ୍ତିକୁ ଅନ୍ତିମ ମୋହର ପାଇଁ କ୍ୟାବିନେଟ୍ କମିଟିକୁ ପଠାଯିବ । ଏହା ପୂର୍ବରୁ ଟେଣ୍ଡର ଓ ବ୍ୟବସାୟୀକ ମୁଦ୍ଦା ଉପରେ ବୁଝାବଣା ହେବ । ଭାରତ-ଚୀନ୍ ମଧ୍ୟରେ ତିକ୍ତତା କୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗକୁ ଆହୁରି ସଶକ୍ତ କରିବାକୁ ଏଭଲି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.