ଡିସେମ୍ବର ୦୬ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | December 06, 2024 IST

ମେଷ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହୋଇପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିବ । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ମାତା ପିତାଙ୍କ ସ୍ବାସ୍ଥ୍ୟରେ  ସମସ୍ୟା ଦେଖା ଦେଇପାରେ । 

ବୃଷ- ଦିନଟି ସଂପୂର୍ଣ୍ଣ ଭଲରେ କଟିବ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ସେବା ପୂଜାରେ ମନୋନିବେଶ କରିବେ। ଯାହାବି କର୍ମ କରିଛନ୍ତି ତାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟ ପାଇଁ ଯାତ୍ରା ଯୋଗ ରହିଛି । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।

ମିଥୁନ- ଅଷ୍ଟମ ଚନ୍ଦ୍ର ରହିଥିବାରୁ ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଚିନ୍ତାରେ ଦିନଟି କଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାରରେ ହଠାତ କିଛି ଅସୁବିଧା ସୃଷ୍ଟି ହେବ।

କର୍କଟ- ରାଶିକୁ ସପ୍ତମ ଚନ୍ଦ୍ର ହେତୁ ଆପଣଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଭ୍ରମଣ ଯୋଗ ରହିଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।

ସିଂହ- ରାଶିକୁ ଘାତ ଚନ୍ଦ୍ର । ମନକୁ ଦୃଢ଼ ରଖନ୍ତୁ । ବନ୍ଧୁମିଳନର ଯୋଗ ରହିଛି । ନୂତନ ସ୍ଥାନ ପ୍ରାପ୍ତି କରିପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ପରିବାରର ସାଥ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ ।

କନ୍ୟା- ଦିନଟି ମଧ୍ୟମ ଫଳ ଦେବ । ଚିନ୍ତା ଗ୍ରସ୍ତ ରହିବେ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ଯାନବାହାନ ଯୋଗୁଁ ଖର୍ଚ୍ଚ ବଢ଼ିପାରେ। ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟର ବିସ୍ତାର ହେବ।

ତୁଳା- ଦିନଟି ମିଶ୍ର ଫଳ ଦେବ। ମନ ପ୍ରସନ୍ନ ରହିବ। କଳହର ଯୋଗ ରହିଛି । ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ ।

ବିଛା- ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତିର ମାର୍ଗ ଦେଖା ଦେବ । ଛାତ୍ରଛାତ୍ରୀଙ୍କ ସଫଳତାର ଯୋଗ ରହିଛି ।

ଧନୁ- ଧାର୍ମିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ ।

ମକର- ଶ୍ରୀ ଚନ୍ଦ୍ର ରହିଥିବାରୁ, ଆର୍ଥିକ ଲାଭର ଯୋଗ ରହିଛି। ମିତ୍ରଙ୍କ ସାହାଯ୍ୟ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ- ଆୟ ଠାରୁ ବ୍ୟୟ ଅଧିକ ରହିବ । ମନ ଅଶାନ୍ତ ରହିବ । ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଚଲାପଥରେ ଅବରୋଧ ଘଟିପାରେ। ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ। ସାଙ୍ଗ ସାଥୀଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି ।

ମୀନ- ଦିନଟି ବହୁତ ଭଲରେ କଟିବ। କାର୍ଯ୍ୟ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତ କରିପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.