ସେପ୍ଟେମ୍ଵର ୧୫ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | September 15, 2024 IST

ମେଷ - ଶରୀର କଷ୍ଟ ହେବ । ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ। ମନରେ ବିଷାଦର ଭାବ ରହିବ । ଛାତ୍ର ଛାତ୍ରୀ ମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

ବୃଷ - ସହ କର୍ମୀ ଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ପତିପତ୍ନୀ ଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ । କୌଣସି କାର୍ଯ୍ୟ କୁ ନେଇ ମନସ୍ତାପ କରିନପାରି ପାରନ୍ତି ।ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତରେ ରହିବେ ।

ମିଥୁନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ। ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତି ମାନେ ଖୁସି ରେ ଦିନଟି କାଟିବେ।

କର୍କଟ - ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ଆସନ୍ତାକାଲି ସର୍ବ ସମ୍ମୁଖକୁ ଆସି ପାରେ । ସନ୍ତାନଙ୍କ ସହ ମନ ମାଳିନ୍ୟ ହୋଇପାରେ। 

ସିଂହ -  ରବିବାର ଦିନଟି ରେ ଆପଣ ଚିନ୍ତାରେ ପଡ଼ିବେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ । ମିତ୍ର ଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ ।ବିଦ୍ୟାର୍ଥୀ ମାନେ ଅସଫଳ ହେବେ ।

କନ୍ୟା- ଦିନଟି ବାଦବିବାଦ ଦେଇ ଗତି କରିବ । କର୍ମ କ୍ଷେତ୍ରରେ ମାନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତି କୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନ ର ଯୋଗ ରହିଛି ।

ତୁଳା - ତୁଳା ରାଶିକୁ ଆସନ୍ତାକାଲି ଘାତ ଚନ୍ଦ୍ର । ମନ ରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ । ଅଟକି ଥିବା କାର୍ଯ୍ୟ ରବିବାର ସଂପୂର୍ଣ୍ଣ ହେବ । ଚାକିରିରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନଯୋଗ ଦେବେ ନାହିଁ ।

ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇ ପାରେ ।କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖା ଦେବ ।

ଧନୁ – ରାଶିକୁ ରବିବାର ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟ ରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ର ରେ ନିରବତା ରକ୍ଷା କରିବା ଆଜି ନିହାତି ଆବଶ୍ୟକ । ଦମ୍ପତି ମାନଙ୍କର ଦୂର ଯାତ୍ରା ର ଯୋଗ ରହିଛି ।ବିଦ୍ୟାର୍ଥୀ ମାନେ ପାଠ କୁ ଅଧିକ ଗୁରୁତ୍ଵ ଦେବେ ।

ମକର - ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ।ଚାକିରୀରେ ପଦୋନ୍ନତି ର ଯୋଗ ରହିଛି ।

କୁମ୍ଭ - ଅଟକି ଥିବା ଧନକୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ର ରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀ ଙ୍କ ପରିଶ୍ରମ ସଫଳତା ଦେବ ।

ମୀନ- ଦିନଟି ବହୁତ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ । ଆଶା କରିଥିବା ଜିନିଷ ସହଜ ରେ ପ୍ରାପ୍ତି ହେବ।

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.