ମେଷ - ଆଦର ସମ୍ମାନ ମିଳିବ । ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ । ସମୟ କଠିନ, ରହିବ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ ।ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନରେ ଥିବା ନକାରାତ୍ମକ ଚିନ୍ତା ଧାରାକୁ ଦୁରେଇବାକୁ ଚେଷ୍ଟା କରନ୍ତୁ ।
ବୃଷ - ଦଶମ ଚନ୍ଦ୍ର ରହିଥିବାରୁ ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |
ମିଥୁନ - ମିଥୁନ ରାଶି ପାଇଁ ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥା ରେ ଅବନତୀ ଦେଖା ଦେବ । ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ । ବିବାହ ଓ ସବୁ କାର୍ଯ୍ୟ ଗୃହ ରେ କରିବା ନିଷେଧ । ଯାନ ବାହନ ରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ ।
କର୍କଟ - ଆପଣ ଆଳସ୍ୟ ର ବଶବର୍ତ୍ତୀ ହେବ ।ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ । ଶରୀର ପୀଡା ପରି ସମସ୍ୟା ଆପଣକୁ ଗ୍ରାସ କରିବ ଆଣ୍ଠୁ ଗଣ୍ଠି ରେ ସମସ୍ୟା ହୋଇ ପାରେ । ହେଲେ ମଧ୍ୟ ଆୟ ମଠିକ ରହିବ । ବିଦ୍ୟାର୍ଥୀ ମାନେ କର୍ମଠ ହେବ ।
ସିଂହ - ମନ ପ୍ରସନ୍ନ ରହିବ । ଶନିବାର ଆପଣଙ୍କ କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।
କନ୍ୟା - ଆଜି କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ ।ଆପଣ ସମସ୍ତଙ୍କ ପାଖରେ ଆପଣଙ୍କର ଯୋଜନା ପ୍ରକାଶ କରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ ।
ତୁଳା - ଶନିବାର ତୁମର ସୃଜନଶୀଳତା ଶିଖରରେ ରହିବ । ହେଲେବି ମାନସିକ ଆସନ୍ତି ହୋଇପାରେ । ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ବୁଦ୍ଧିମାନ ଭାବରେ ପରିଚାଳିତ କରନ୍ତୁ ।ଏକ ବ୍ୟବସାୟ ପ୍ରସଙ୍ଗରେ, ଆପଣ କିଛି ସୃଜନଶୀଳ କାର୍ଯ୍ୟ ପାଇଁ ସମ୍ପତ୍ତିକୁ ବ୍ୟବହାର କରିବେ ।
ବିଛା - କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ । ଅଟକି ଥିବା କାର୍ଯ୍ୟ ସମାପ୍ତ ହେବ । ଘରେ ହଠାତ୍ ଜଣେ ବନ୍ଧୁଙ୍କ ଆଗମନ ହୋଇପାରେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜି ଏକ ସାଧାରଣ ଦିନ ହେବ । ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହେବାର ସମ୍ଭାବନା ଅଛି ।
ଧନୁ – ଶନିବାର ଆପଣ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆର୍ଥିକ ପରିସ୍ଥିତି ଦ୍ରୁତ ଗତିରେ ଦୃଢ଼ ହେବ । ଭାବପ୍ରବଣତା ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ହୋଲସେଲ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଟେ | ପରିବାର ସହିତ ସମୟ ବିତାଇ ମନ ଖୁସି ହେବ।
ମକର - ଆର୍ଥିକ ସମସ୍ୟାକୁ ନେଇ ଚିନ୍ତା ରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି ।
କୁମ୍ଭ - ଶନିବାର ଆପଣ କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ ଆସିପାରେ । ଆପଣ କିଛି କାର୍ଯ୍ୟ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇପାରିବେ । ପିଲାମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି । ଅଫିସରେ କୌଣସି ଜଟିଳ ବିଷୟ ଆଜି ସମାଧାନ ହେବ।
ମୀନ - ଆଜି ଆପଣ କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ । ଅଧ୍ୟୟନ କିମ୍ବା ବୃତ୍ତି ସହିତ ଜଡିତ କାର୍ଯ୍ୟ ପୁଣି ଆରମ୍ଭ ହେବ । ଭ୍ରମଣରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କୁ କ୍ଳାନ୍ତ ଏବଂ ଚାପଗ୍ରସ୍ତ କରିବ ।ଆପଣ କିଛି କାର୍ଯ୍ୟରେ ନୂତନ ଅନୁଭୂତି ପାଇବେ ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ -8249826682