ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ରହିବେ, ପରିଶ୍ରମର ଫଳ ନିଶ୍ଚୟ ମିଳିବ

Published By : Prameya-News7 Bureau | September 06, 2024 IST

ମେଷ- ଧନ ହାନି ହୋଇପାରେ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ରହିବେ। ଦମ୍ପତିଙ୍କ ପାଇଁ ଦିନଟି ମଧ୍ୟମ ଶୁଭ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି । ପରିଶ୍ରମର ଫଳ ନିଶ୍ଚୟ ପ୍ରାପ୍ତି ହେବ ।

ବୃଷ- ଜୀବନରେ କରିଥିବା ଭଲ କର୍ମଗୁଡ଼ିକର ଫଳ ପ୍ରାପ୍ତ ହେବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା ଧନ ପ୍ରାପ୍ତ ହେବ ।

ମିଥୁନ- ଧନ ପ୍ରାପ୍ତିର ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁ ଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି କାଟିବ। ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ ।

କର୍କଟ- ଧନ ପ୍ରାପ୍ତିର ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତୀର୍ଣ୍ଣ ହେବାର ଯୋଗ ରହିଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ। ନୂତନ ଦ୍ରବ୍ୟ କ୍ରୟ କରିବା ପାଇଁ ଦିନଟି ବହୁତ ଭଲ ରହିଛି ।

ସିଂହ- ନୂଆ ଚାକିରି ସୁଯୋଗ ମିଳିପାରେ। ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି । ବ୍ୟବସାୟ ଭଲ ହେବ। ଛାତ୍ର ଛାତ୍ରୀମାନେ ପାଠରେ ମନଯୋଗ ଦେବେ ।

କନ୍ୟା- ପରିବାରରେ ସୁଖ ସମ୍ମାନ ଲାଗି ରହିବ। ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ। ନୂତନ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବେ । ରାଜନୀତିରେ ଉଚ୍ଚ ପାଦ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ନୂତନ କାର୍ଯ୍ୟରେ ମନୋନିବେଶ କରିବେ ।

ତୁଳା- ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଦିନଟି ଉତ୍ତମ ଫଳ ପ୍ରାପ୍ତ କରାଇବ। କର୍ମ କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଲାଭ ଦାୟକ ରହିଛି । ଗୃହରେ କୌଣସି ଶୁଭ କାର୍ଯ୍ୟ ହେବ ।

ବିଛା- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥଲାଭର ଯୋଗ ରହିଛି। ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ। 

ଧନୁ- ଜୀବନରେ କରିଥିବା ଭଲକର୍ମଗୁଡ଼ିକର ଫଳ ପ୍ରାପ୍ତ ହେବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ପରିଶୋଧ କରିବାକୁ ସକ୍ଷମ ହେବେ । ଛାତ୍ର ଛାତ୍ରୀ ମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।

ମକର- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ। ଆକସ୍ମିକ ଦୁଃଖ ଖବର ମିଳିପାରେ । ବ୍ୟୟ ବୃଦ୍ଧି ପାଇବ । ଦିନଟି ମଧ୍ୟମ ଫଳ ଦେବ । ଅଙ୍ଗରେ ଆଘାତ ଲାଗିପାରେ ସତର୍କ ରୁହନ୍ତୁ ।

କୁମ୍ଭ- ଭାଗ୍ୟ ଆପଣଙ୍କର ସାଥ ଦେବ। ନୂତନ ବ୍ୟବସାୟର ଆରମ୍ଭ ପାଇଁ ଦିନଟି ଭଲ ରହିଛି। ଆତ୍ମ ବିଶ୍ୱାସର ବୃଦ୍ଧି ଘଟିବ । ମିତ୍ରଙ୍କ ଦ୍ଵାରା କିଛି ଆୟର ସନ୍ଧାନ ମିଳିବ । ପାରିବାରିକ ଜୀବନରେ ଲାଗିରହିଥିବା କଳହର ସମାପ୍ତି ଘଟିବ। 

ମୀନ- ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଦେଖିବାକୁ ମିଳିବ।  ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟବସାୟରେ ଲାଭ ଯୋଗ ରହିଛି । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଳହ ଦେଖାଦେବାର ସମ୍ଭାବନା ଅଛି । ବିଦେଶ ଯାତ୍ରାର ଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.