ବୃଷ ରାଶି ବ୍ୟକ୍ତିଙ୍କ ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ, ବ୍ୟବସାୟୀ ଲାଭବାନ ହେବେ

Published By : Prameya-News7 Bureau | June 03, 2025 IST

ମେଷ- ବନ୍ଧୁ ମିଳନର ଯୋଗ ରହିଛି। ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ। ଆୟର ମଧ୍ୟ ଯୋଗ ରହିଛି। ଉଧାର ଦେବାରୁ ବିରତ ରୁହନ୍ତୁ। ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ।

ବୃଷ- ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ।

ମିଥୁନ- ଅର୍ଥ ବିଷୟରେ ଚିନ୍ତା ଲାଗି ରହିବ। ଦିନଟିରେ ସାମାନ୍ୟ କଳହ ଯୋଗ ରହିବ। ବ୍ୟବସାୟରେ  ନୂତନ କାର୍ଯ୍ୟ ଆରମ୍ଭ ହେବ। ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ।

କର୍କଟ- ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ। କ୍ରୋଧ ବୃଦ୍ଧି ହେବ। ଅଯଥା କଳହରେ ସମୟ ନଷ୍ଟ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ ।  ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।

ସିଂହ- ପରିଶ୍ରମ ସାମାନ୍ୟ ଅଧିକ ରହିବ। କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ। ଭ୍ରମଣର ଯୋଗ ରହିଛି। ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ ।

କନ୍ୟା- ନୂତନ ବିନିଯୋଗରେ ଅର୍ଥ କ୍ଷତି ହୋଇପାରେ। କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ। ଆଶାବାଦୀ ହୋଇ ରହିବେ।ହେଲେ ମଧ୍ୟ କାର୍ଯ୍ୟ ସଫଳ ହୋଇନପାରେ ।

ତୁଳା- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ବିବାହିତ ଜୀବନ ଖୁସି ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ। 

ବିଛା- ପଥ ରୋଧ ହୋଇପାରେ। କିଛି ଦ୍ରବ୍ୟ ବ୍ୟୟ ହୋଇପାରେ। ମାନସିକ ଅଶାନ୍ତି ଦେଖାଦେଇପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀମାନେ ସାମାନ୍ୟ ଆମାନଯୋଗୀ ହେବେ ।

ଧନୁ- ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ। ଯେଉଁ କାର୍ଯ୍ୟ କରିବେ ତାହା ସଫଳତା ଦେବ। ମନ ପ୍ରଫୁଲ୍ଲ ରହିବ। ଆନନ୍ଦରେ ଦିନଟି କଟିବ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

ମକର- କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ। ପରିଶ୍ରମ ଅଧିକ ହେବ। ପରୋପକାର କରି ଖୁସି ଅନୁଭବ କରିବେ । 

କୁମ୍ଭ- ସମ୍ମାନ ହାନି ଘଟିବ ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି। ଧନ ଲାଭର ଯୋଗ ମଧ୍ୟ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ। ଦିନଟିରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ।

ମୀନ- ଧନ କ୍ଷୟ ହେବାର ସମ୍ଭାବନା ରହିଛି। ଶାରୀରିକ ସମସ୍ୟା ଦେଖା ଦେବ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ। ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.