ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ ଆରମ୍ଭ, ବିଜେଡି କହିଲା ରାଜନୀତି ରୁଟି ସେକିବାକୁ ଉଦ୍ୟମ ନହେଉ

Published By : Prameya-News7 Bureau | March 18, 2025 IST

ଭୁବନେଶ୍ୱର ୧୮।୦୩ : ନବ ଦାସ ହତ୍ୟା ମାମଲା । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଆରମ୍ଭ ହୋଇଛି ସାନି ତଦନ୍ତ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡରେ ପୂର୍ବ ସରକାର ପରିବାରକୁ ନ୍ୟାୟ ଦେଇପାରିନଥିଲେ । ଯେଉଁଭଳି ତଦନ୍ତ ହେବା କଥା, ସେହିପରି ତଦନ୍ତ ହୋଇନାହିଁ । ଯାହାଫଳରେ ପରିବାର ଏବେବି ନ୍ୟାୟ ଅପେକ୍ଷାରେ ରହିଛି । ପୁରା ତଦନ୍ତ ପକ୍ରିୟାକୁ ନେଇ ପରିବର ଅସହମତି ପ୍ରକାଶ କରିଥିଲେ । ଘଟଣାର ପୁନଃ ତଦନ୍ତ ପାଇଁ ପରିବାର ପକ୍ଷରୁ ଆମ ସରକାରଙ୍କୁ ଲିଖିତ ଭାବେ ଦେଇଥିଲେ ପରିବାର । ତାପରେ ହିଁ ମାନେ ମଙ୍ଗଳବାର (ଆଜି) ଠାରୁ ତଦନ୍ତ ପକ୍ରିୟା ଆରମ୍ଭ ହୋଇଛି । ଝାରସୁଗୁଡ଼ା ସ୍ଥିତ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ପହଞ୍ଚି ବୟାନ ରେକର୍ଡ କରିଛି । 



ଏପଟେ କିନ୍ତୁ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ନବଦାସ ହତ୍ୟାକାଣ୍ଡ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦିଆଯାଇଥିଲା । କିନ୍ତୁ ସେତେବେଳେ ବିଜେପି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ୱାସ କରୁନଥିଲେ। ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେଡି ସ୍ଵାଗତ କରୁଛି। ପୂର୍ବରୁ ସିବିଆଇ ତଦନ୍ତ କଥା କହୁଥିଲେ ଏବେ ନିଜେ ପଛଘୁଞ୍ଚା ଦେଉଛନ୍ତି। ଅର୍ଥାତ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସେମାନଙ୍କର ଭରସା ଅଛି। ପୁର୍ବରୁ ତଦନ୍ତ ଚାଲିଥିଲା, ସଠିକ ଦିଗରେ ତଦନ୍ତ କରାଯାଉଥିଲା।ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତ ଆଗେଇବ ବୋଲି ଆଶା। ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ୱାସ କରୁନଥିଲେ। ତାଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଲେଖିକି ଦିଆନ୍ତୁ ବୋଲି କହୁଥିଲେ। ଏବେ ରାଜନୀତି ରୋଟି ସେକିବାକୁ ଉଦ୍ୟମ ନ କରନ୍ତୁ। କ୍ରାଇମବ୍ରାଞ୍ଚ୍ ତଦନ୍ତ କରୁଛି। ସିବିଆଇ ତଦନ୍ତ କଲେ ବି ଆପତ୍ତି ନଥିବା କହିଛନ୍ତି ବିଜେଡି ବିଧାୟକ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.