ଭୁବନେଶ୍ବର ୭।୫: ଦୀଘା ଜଗନ୍ନାଥ ମନ୍ଦିରରେ ‘ଜଗନ୍ନାଥ ଧାମ’ ନାଁ ହଟାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ବିବାଦ ସମ୍ପର୍କୀୟ ରିପୋର୍ଟ ଦୁଇ ଦିନ ତଳେ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ସବୁ କଥା ଅବଗତ କରାଯାଇଛି । ସେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ଯେମିତି ଓଡ଼ିଶାର ଭଲ ସମ୍ପର୍କ ପଶ୍ଚିମବଙ୍ଗ ସହ ଅଛି, ତାହା ସେମିତି ରହୁ । କିନ୍ତୁ ‘ଜଗନ୍ନାଥ ଧାମ’ ନାଁ ପରିବର୍ତ୍ତନ କରି ମନ୍ଦିର ଲେଖିବାକୁ ସେ ଅନୁରୋଧ କରିଛନ୍ତି । ଆଶା କରୁଛୁ ପଶ୍ଚିମବଙ୍ଗ ସରକାର ସକାରାତ୍ମକ ପଦକ୍ଷେପ ନେବେ । ନହେଲେ ଆମେ ଆଗାମୀ ପଦକ୍ଷେପ ନେବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read: