ଭୁବନେଶ୍ବର ୮।୬: ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲ୍ଡିଂର ରୂପରେଖ ବଦଳାଯିବା ନେଇ ବିଚାର ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନୂତନ ଭାବେ ଲୋକସେବା ଭବନ ଏବଂ ବିଧାନସଭାର ନିର୍ମାଣ ହେବ । ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେଣୁ ନୂଆ ପ୍ରୋଜେକ୍ଟକୁ ସଠିକ୍ ସମୟରେ ସାରିବାକୁ ସରକାର ଫୋକସରେ ରଖିଛନ୍ତି ।
ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡ଼ିଶା ମଣ୍ଡପ । ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ହୋଇଛି । ଏହା ମଲ୍ଟି କନଭେନସନ ସେଣ୍ଟର ହେବ । ଲୋକଙ୍କ ରହଣି ସହ ୧୦ ହଜାର ଲୋକ ବସିବାର ସୁବିଧା ରହିବ । ରାଜ୍ୟରେ ଡିଜାଷ୍ଟର ରିଲିଭେଣ୍ଟ ବିଲ୍ଡିଂ ତିଆରି ହେବ । ସମୟ ସୀମା ଭିତରେ ସବୁ ବିଲ୍ଡିଂ କାମ ସରିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି । ନୂଆ ଟେକ୍ନୋଲୋଜି ଜରିଆରେ କେମିତି କମ୍ ଖର୍ଚ୍ଚରେ ହେବ ଏ ନେଇ IBC ସହ ଆଲୋଚନା ହୋଇଛି । ନୂଆ ଇଞ୍ଜିନିୟରଙ୍କୁ ଏ ନେଇ ଟ୍ରେନିଂ ଦିଆଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।
You Can Read:
ପୁରୀକୁ କରାଯିବ ପିଲିଗ୍ରିମ୍ ସିଟି, ଶ୍ରୀମନ୍ଦିରର ୨ କି.ମି. ପରିଧି ଭିତରେ ରହିବନି ମଦ ଦୋକାନ କି ବାର୍