ବଡ଼ ଧରଣର ମାଓ ବିରୋଧୀ ଅପରେସନ : ଭାଙ୍ଗିଲେ ମାଓବାଦୀଙ୍କ ସହିଦ ସ୍ତମ୍ଭ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

Published By : Prameya-News7 Bureau | August 14, 2025 IST

ମାଲକାନଗିରି ୧୪।୮: ଛତିଶଗଡ ବିଜାପୁର ଜିଲ୍ଲାରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ । ସିଆର୍‌ପିଏଫ୍‌ କୋବ୍ରା ବାହିନୀ ଓ ଡିଆର୍‌ଜି ଯବାନଙ୍କ ମିଳିତ ଅପରେସନ ବେଳେ ମାଓବାଦୀଙ୍କୁ ବଡ଼ ଝଟକା ଲାଗିଛି । ପାମେଡ ଥାନା ଅର୍ନ୍ତଗତ ଉଦତାମଲ୍ଲା ଜଙ୍ଗଲରେ ଭିତରେ ଥିବା ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷା କର୍ମୀ । ଏହାସହ ତାରେମ ଅଞ୍ଚଳର କୋମଟପାଲି ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତ ଯବାନ । ଭର୍ମର ବନ୍ଧୁକ, ବିଜିଏଲ ରାଉଣ୍ଡ, ବିସ୍ଫୋରକ ସାମଗ୍ରୀ, ପ୍ରେସର କୁକର, ସା ବ୍ଲେଡ୍, ସ୍ପିକର ସମେତ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । 

ସେପଟେ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଭଦ୍ରାଦ୍ରି କୋତ୍ତାଗୂଡେମ ଜିଲ୍ଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଏସିଏମ୍‌ ସଦସ୍ୟ, ୨ ଜଣ ପାର୍ଟି ମେମ୍ବର ଓ ୩ ଜଣ ମିଲିସିଆ ସଦସ୍ୟ ରହିଛନ୍ତି । ନକ୍ସଲବାଦର ହିଂସା ରାସ୍ତା ଛାଡି ଏମାନେ ପରିବାର ସଦସ୍ୟଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭଦ୍ରାଦ୍ରି କୋତ୍ତାଗୂଡେମ ଏସ୍‌ପି ଓ ସିଆରପିଏଫ କମାଣ୍ଡେଣ୍ଟ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । 

ତେଲେଙ୍ଗାନାର ଭଦ୍ରାଦ୍ରି କୋତ୍ତାଗୂଡେମ ପୋଲିସ ଦ୍ୱାରା ପରିଚାଳିତ "ଅପରେସନ୍ ଚେୟୁଥା" କାର୍ଯ୍ୟକ୍ରମ ଅଧୀନରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ନିଆଯାଉଥିବା କଲ୍ୟାଣକାରୀ ପଦକ୍ଷେପ ଏବଂ ଆଦିବାସୀ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାର ବିକାଶ ବିଷୟରେ ସୂଚନା ପାଇବା ପରେ ସେମାନେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହାୟତା ପ୍ରଦାନ କରାଯାଇଛି ।

You Can Read:

ନକ୍ସଲଙ୍କ ହିଂସା ରାସ୍ତା ଛାଡିଲେ ୬ ମାଓବାଦୀ, ପରିବାର ସହ ଜୀବନ ଯାପନ କରିବାକୁ ନିଷ୍ପତ୍ତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.