ଦିଲ୍ଲୀ-ସାନ ଫ୍ରାନସିସ୍କୋ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଋଷିଆରେ ହେଲା ଜରୁରୀ ଅବତରଣ

Published By : Prameya-News7 Bureau | June 06, 2023 IST

ମଗଦାନ ୬।୬: ଦିଲ୍ଲୀରୁ ସାନ ଫ୍ରାନସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ଇଞ୍ଜିନରେ ୬ ଜୁନ ମଙ୍ଗଳବାର ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଯୋଗୁ ଜରୁରୀ ଆବତରଣ କରାଯାଇଛି। ବିମାନକୁ ମଝି ଆକାଶରେ ଋଷିଆର ମଗଦାନ ଡାଇଭର୍ଟ କରାଯାଇଥିବା ବେଳେ ସେଠାକାର ବିମାନ ବନ୍ଦରରେ ଅବତରଣ କରିଛି। ବିମାନର ୧୬ ଜଣ ଚାଳକ ସଦସ୍ୟ ଓ ୨୧୬ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି। ଏୟାର ଇଣ୍ଡିଆ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

{"id":799293,"width":838,"height":516,"sizeSlug":"full","linkDestination":"none"}

ସୂଚନା ଅନୁସାରେ ଦିଲ୍ଲୀରୁ ସାନ ଫ୍ରାନସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନ ସଂଖ୍ୟା ଏଆଇ-୧୭୩ର ଗୋଟିଏ ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ୨୧୬ ଯାତ୍ରୀ ଓ ୧୬ ଜଣ ଚାଳକ ଦଳ ସଦସ୍ୟଙ୍କୁ ନେଇ ଯାଉଥିବା ବିମାନକୁ ଡାଇଭର୍ଟ କରାଯାଇ ଋଷିଆର ମଗଦାନ ବିମାନ ବନ୍ଦରରେ ସୁରକ୍ଷିତ ଆବତରଣ କରାଯାଇଥିଲା। ମୁଖପାତ୍ରଙ୍କ ଅନୁସାରେ ଯାତ୍ରୀମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି ଓ ଯଥା ଶୀଘ୍ର ସେମାନଙ୍କୁ ଗନ୍ତବ୍ୟରେ ପହଞ୍ଚିବା ଲାଗି ବିକଳ୍ପ ପ୍ରଦାନ କରାଯିବ। ସେପଟେ ଗ୍ରାଉଣ୍ଡରେ ବିମାନର ଯାନ୍ତ୍ରୀକ ଯାଞ୍ଚ ଚାଲିଛି।

{"id":799294,"width":840,"height":473,"sizeSlug":"full","linkDestination":"none"}

ଦୁଇଦିନ ପୂର୍ବେ ଦିବ୍ରୁଗଡ଼ ଯାଉଥିବା ଇଣ୍ଡିଗୋ ବିମାନରେ ବୌଷିକ ତ୍ରୁଟି କାରଣରୁ ଗୌହାଟି ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସମେତ କେତେକ ବିଧାୟକ ମଧ୍ୟ ଥିଲେ। ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ଏକ ବୟାନ ଜାରି କରିଥିଲା। ଯେଉଁଥିରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡିବା ପରେ ପାଇଲଟ ତୁରନ୍ତ ଜରୁରୀ ଲ୍ୟାଣ୍ଡିଂ କରାଇଥିଲେ ବୋଲି କୁହାଯାଇଛି। ବିମାନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ରାମେଶ୍ୱର ତେଲି, ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଓ ତେରାଶ ଗୋୱାଲାଙ୍କ ସମେତ ୧୫୦ ଜଣ ଯାତ୍ରୀ ଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.