ଭୁବନ ୮।୬: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ପୁତୁରା ଉପରେ ପେଟ୍ରୋଲ ପକାଇ ଜାଳିଦେଲା ବଡ ବାପା । ପୋଲିସ ଭୟରେ କୀଟନାଶକ ଔଷଧ ପିଇ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ରବିବାର ସକାଳେ ୫୫ବର୍ଷ ବୟସ୍କ ପୁତୁରା ଟୁକୁନା ସାହୁ ପାନ ଦୋକାନ ଖୋଲିବାକୁ ଯାଉଥିଲେ । ସେହି ସମୟରେ ପେଟ୍ରୋଲ ଧରି ଛକି ବସିଥିବା ବଡ ବାପା ଚୈତନ୍ୟ ସାହୁ ପୁତୁରା ଉପରେ ପେଟ୍ରୋଲ ଢାଳି ଦିଆସିଲ ମାରି ଜାଳିଦେଲା । ଜୀବନ ବଞ୍ଚାଇବାକୁ ପୁତୁରା ଘରକୁ ଦୌଡି ପଳାଇଥିଲେ । ଘରେ ପରିବାର ଲୋକେ ଟୁକୁନା ସାହୁଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ବଡ ବାପା ଚୈତନ୍ୟ ସାହୁ ପୁତୁରାର ପାନ ଦୋକାନକୁ ମଧ୍ୟ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭୁବନ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇ ବଡ ବାପା ଚୈତନ୍ୟକୁ ହେପାଜତକୁ ନେବାକୁ ମହୁଲପାଳ ଗ୍ରାମକୁ ଯାଇଥିଲା । ତେବେ ପୋଲିସ ଭୟରେ ବଡ ବାପା ଚୈତନ୍ୟ ସାହୁ କୀଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ଚୈତନ୍ୟ ସାହୁଙ୍କୁ ପୋଲିସ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ପୁତୁରା ଟୁକୁନା ସାହୁ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
You Can Read:
ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାରି ପୋଡିଦେଲେ, ଜବତ ହେଲା ହାଡ଼-ପାଉଁଶ