ପୁଟିନଙ୍କ ନିଦ ହଜାଇଲା ଡ୍ରୋନ୍‌ ଆକ୍ରମଣ, ମସ୍କୋରେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ, ୩୦/୦୫: ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ରୁଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍‌ ମଧ୍ୟ ରୁଷ ଆକ୍ରମଣର ପ୍ରତି ଜବାବ ଦେଇଆସୁଛି। ହେଳେ ଏହାରି ମଧ୍ୟରେ ମଙ୍ଗଳବାର ମସ୍କୋ ଉପରକୁ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।

ଡ୍ରୋନ୍‌ ଆକ୍ରମଣକୁ ନେଇ ମେୟର ସର୍ଗେଇ ସୋବୟାନିନ କହିଛନ୍ତି ଯେ, ଆକ୍ରମଣରେ କାହାକୁ ଗୁରୁତର ଭାବରେ କ୍ଷତି ପହଞ୍ଚିନି। ଘଟଣା ଘଟିବା ସଙ୍ଗେ ସଙ୍ଗେ ଜରୁରୀ ସେବା ନିୟୋଜିତ କରାଯାଇଥିଲା। ଅବଶ୍ୟ ଏହା ସ୍ପଷ୍ଟ ହୋଇନାହିଁ ​‌ଯେ ଏହି ଡ୍ରୋନ୍‌ କେଉଁଠାରୁ ଆସିଥିଲେ। ଆକ୍ରମଣ ପରେ ପରେ ସହରରେ ସହରରେ ସାଇରନ୍ ବାଜିବା ଆରମ୍ଭ ହୋଇଯାଇଥିଲା। ଏହା ବ୍ୟତୀତ ଅନେକ ଡ୍ରୋନ୍‌କୁ ରୁଷ ଏୟାର ଡିଫେନ୍ସ ମାରି ଖସାଇଥିଲା।

{"id":795230,"width":686,"height":457,"sizeSlug":"full","linkDestination":"none"}

ଆହୁରି ପଢ଼ନ୍ତୁ: ପୁଟିନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ପରେ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ବେଲାରୁସ ରାଷ୍ଟ୍ରପତି; ଋଷ ବିଷ ଦେଇଥିବା ଅଭିଯୋଗ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦ ଡ୍ରୋନ୍‌ ମସ୍କୋରେ ପଶିଥିଲେ। ଏଥିରୁ ଅନେକ ଡ୍ରୋନକୁ ମାରି ଖସାଇଦିଆଯାଇଛି। ଅବଶ୍ୟ ଡ୍ରୋନ୍‌ ଆକ୍ରମଣକୁ ନେଇ ୟୁକ୍ରେନ୍‌ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ ସୋମବାର ୟୁକ୍ରେନର ସୈନ୍ୟ ଗୁଇନ୍ଦା ମୁଖ୍ୟ ଜେନେରାଲ କିରିଲୋ ବୁଡାନୋଭ ରୁଷ ଆକ୍ରମଣର ତୁରନ୍ତ ଜବାବ ଦେବା ପାଇଁ ଚେତାବନୀ ଦେଇଥିଲେ।

{"id":795231,"width":692,"height":389,"sizeSlug":"full","linkDestination":"none"}

ଆହୁରି ପଢ଼ନ୍ତୁ: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡ, ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.