ଉତ୍ତର ଭାରତରେ ଜଳପ୍ରଳୟ: ଭୁଶୁଡ଼ିଲା ଘର, ବୁଡ଼ିଲା ମନ୍ଦିର, ଖେଳଣା ଭଳି ଭାସିଗଲା କାର୍

Published By : Prameya-News7 Bureau | July 09, 2023 IST

ନୂଆଦିଲ୍ଲୀ: ଦୁଇ ଦିନ ହେଲାଣି ଦେଶର ଅନେକ ରାଜ୍ୟରେ ମୁଷଳ ଧାରରେ ବର୍ଷା ହେଉଛି। ସମତଳ ସ୍ଥାନରୁ ଆରମ୍ଭ କରି ପାର୍ବତ୍ୟାଞ୍ଚଳ ପର୍ଯ୍ୟନ୍ତ ବର୍ଷା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଲଗାତାର ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

ଏମିତିରେ ଆକ୍ତାମାକ୍ତ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆହୁରି କିଛିଦିନ ଏମିତି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ପାଇଁ  ରେଡ ଆଲର୍ଟ ଜାରି କରାଯାଇଛି।

{"width":842,"height":474}
Monsoon Fury LIVE Updates: Trains cancelled on Shimla-Kalka route amid  heavy rainfall | Mint #AskBetterQuestions

ରବିବାର (ଜୁଲାଇ ୯) ପାଣିପାଗ ବିଭାଗ କହିଛି ଯେ ଜୁଲାଇର ପ୍ରଥମ ଆଠ ଦିନରେ ହୋଇଥିବା ବର୍ଷା ସାରା ଦେଶରେ ବର୍ଷା ଅଭାବକୁ ପୂରା କରିଛି। ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ସମୁଦାୟ ୨୪୩.୨ ମିଲିମିଟର ବର୍ଷା ହୋଇଛି। ଯାହା ସାଧାରଣ ଅପେକ୍ଷା ଦୁଇ ପ୍ରତିଶତ ଅଧିକ। ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ଲଗାତାର ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ଏଥିପାଇଁ ଟ୍ରାଫିକ୍ ଜାମ ଭଳି ସମସ୍ୟା ସୃଷ୍ଟି ହୋଇଛି।

ପଢ଼ନ୍ତୁୃ- ବର୍ଷା ଯୋଗୁ Work from home  ଲାଗି ଜାରି ହେଲା ଆଡଭାଇଜରୀ, ଜାଣନ୍ତୁ କାହା ପାଇଁ?

ସୋମବାର ଦିଲ୍ଲୀର ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଗତ ଦୁଇ ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ଏବଂ ପାଣିପାଗ ବିଭାଗର ଚେତାବନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଦିଲ୍ଲୀର ସମସ୍ତ ସ୍କୁଲ ଗୋଟିଏ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି।

{"width":840,"height":517}
Heavy Rain Predicted In Himachal Pradesh Next Week, Yellow Warning Issued

ଆଇଏମଡିର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ରବିବାର ସକାଳ ୮.୩୦ ପର୍ଯ୍ୟନ୍ତ ୧୫୩ ମିଲିମିଟର ବର୍ଷା ହୋଇଛି। ଯାହାକି ୧୯୮୨ ଜୁଲାଇ ପରେ ସର୍ବାଧିକ ବର୍ଷା। ଦିଲ୍ଲୀରେ ବର୍ଷା ଯୋଗୁ ଫ୍ଲାଟର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ୫୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି।

ସ୍ଥିତି ଏମିତି ହୋଇଛି ଯେ ଦିଲ୍ଲୀର ଅନେକ ସ୍ଥାନରେ ପାଣି ଜମା ହୋଇ ରହିଛି। ଫଳରେ ସାଂସଦ ରାମ ଗୋପାଳ ଯାଦବଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ କଥା ହୋଇ ଅପଡେଟ୍ ନେଇଛନ୍ତି।

ସେହିପରି ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳଙ୍କ ସହିତ କଥା ହୋଇ ବର୍ଷା ହେତୁ ବନ୍ଦ ରହିଥିବା ଅମରନାଥ ଯାତ୍ରା ବିଷୟରେ ପଚାରି ବୁଝିଚନ୍ତି ଗୃହମନ୍ତ୍ରୀ। ମୌସୁମୀ ବର୍ଷା ଯୋଗୁ ପାହାଡ଼ିଆ ରାଜ୍ୟରେ ସର୍ବାଧିକ କ୍ଷୟକ୍ଷତି ଦେଖାଯାଉଛି।

{"width":835,"height":470}
2 dead as heavy rains lash Himachal; Landslides, waterlogging across state  | Latest News India - Hindustan Times

ପଢ଼ନ୍ତୁ-ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ଭାଙ୍ଗିଲା ୨୦ ବର୍ଷର ରେକର୍ଡ !

ହିମାଚଳ ପ୍ରଦେଶର ରାମପୁରର ସତଲେଜ ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ପରେ ନାଥପା ଡ୍ୟାମରୁ ୧୫୦୦ କ୍ୟୁସେକ୍ ଜଳ ଛଡ଼ାଯାଇଛି। ରାଜ୍ୟରେ ଅନେକ ରାସ୍ତା, ପୋଲ ଧୋଇଯାଇଛି। କୁଲୁର କାସୋଲ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ଅନେକ କାର ଧୋଇ ଭାସିଯାଇଛି। ବର୍ଷା ପାଇଁ ମଣ୍ଡିରେ ଓଟ-ବଞ୍ଜରାର ପୁରୁଣା ବ୍ରିଜ ଭୁଶୁଡି ପଡିଛି। ମଣ୍ଡିରେ ବ୍ୟାସ ନଦୀର ଜଳ ସ୍ତର ବୃଦ୍ଧି ହେତୁ ପଞ୍ଜଭକ୍ତ୍ର ମନ୍ଦିର ବୁଡ଼ିଯାଇଛି। ରାଜ୍ୟରେ ଅନେକ ଘର ଓ ମନ୍ଦିର ବୁଡ଼ିଯାଇଛି ଭୁଶୁଡ଼ି ପଡ଼ିଛି। ଲୋକଙ୍କର ବି ମୃତ୍ୟୁ ହୋଇଛି।

ହିମାଚଳ ପ୍ରଦେଶର କାଙ୍ଗ୍ରା, ଚାମ୍ବା, ହମିରପୁର, କୁଲୁ, ମଣ୍ଡିରେ ପ୍ରବଳ  ପାଇଁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ସୋଲାନ, ଶିମଲା, ସିର୍ମାଉରରେ କମଳା ଆଲର୍ଟ ଜାରି କରାଯାଇଛି। ଲାହଲ ସ୍ପିତୀରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜାମ୍ମୁ-କାଶ୍ମୀର ମଧ୍ୟ ମୁଷଳ ଧାରରେ ବର୍ଷା ଯୋଗୁ ରାସ୍ତା ଓ ପୋଲ ଧୋଇଯାଇଛି। ଲୋକଙ୍କର ମୃତ୍ୟୁ ବି ହୋଇଛି।

18 dead as heavy rainfall lashes Himachal Pradesh

ସେହିପରି ଉତ୍ତରପ୍ରଦେଶର ଅବସ୍ଥା ମଧ୍ୟ ଶୋଚନୀୟ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସ୍ୱାଭାବିକ ଠାରୁ ୨.୫ ରୁ ୩ ଗୁଣ ଅଧିକ ବର୍ଷା ହୋଇଛି। ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସେହିପରି ଉତ୍ତରାଖଣ୍ଡ, ପଞ୍ଜାବ ଓ ରାଜସ୍ଥାନରେ ସ୍ଥିତି ଗମ୍ଭୀର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.