ମାଲକାନଗିରି ୧୬।୦୧ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । କୁମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ଠାବ ହୋଇଛି ବଡଧରଣର ମାଓ ଡମ୍ପ । ଯେଉଁଥିରୁ ବିପୁଳ ପରିମାଣରେ ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ କୁମ୍ବିଂ ଚାଲିଥିଲା । ସେଠାରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଲୁଚାଇ ରଖିଥିବା ଏକ ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହା ପରେ ମାଓବାଦୀଙ୍କୁ ମୂଳପୋଛ କରିବା ଲାଗି ଛତିଶଗଡରେ ଡିଆର୍ଜି ଓ ବସ୍ତରର ଫାଇଟର ବାହିନୀ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସେହିପରି କିଛି ଦିନ ତଳେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳ ମଧ୍ୟ ଏକ ମାଓ ଡମ୍ପ ଠାବ ହୋଇଥିଲା । ଯାହାମଧ୍ୟରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିଲା ।