ନୂଆଦିଲ୍ଲୀ: ବ୍ରଜମଣ୍ଡଳ ଯାତ୍ରା ପାଇଁ ନୁହରେ ୧୪୪ ଧାରା ଜାରି । ବ୍ରଜ ମଣ୍ଡଳ ଜଳାଭିଷେକ ପାଇଁ ନୁହ ଏବଂ ଅନ୍ୟ ଜିଲ୍ଲାର ପ୍ରାୟ ୧୦ଟି ବଡ଼ ଜନଗହଳି ସ୍ଥାନରେ ନାକାବନ୍ଦୀ କରାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତର ମୁକାବିଲା ପାଇଁ ସୁରକ୍ଷାକର୍ମୀ ଛାଉଣି କରାଯାଇଛି । ନୁହ ଜିଲ୍ଲା ସହିତ ଗୁରଗ୍ରାମ, ରେଓ୍ବାଡି, ଫରିଦାବାଦ ଆଦି ପଡ଼ୋଶୀ ଜିଲ୍ଲା ଆଲର୍ଟ ଦାରି କରାଯାଇଛି । ଚେକିଂ ବ୍ଲକିଂକୁ ଜୋରଦାର କରାଯାଇଥିବା ବେଳେ ଜିଲ୍ଲା ବର୍ଡରକୁ ସିଲ୍ କରାଯାଇଛି । ବାହାର ଜିଲ୍ଲା ଲୋକଙ୍କୁ ନୁହକୁ ଛାଡ଼ି ଦିଆଯାଉନାହି ।
ଜୁଲାଇ ୩୧ ତାରିଖରେ ବ୍ରଜ୍ ମଣ୍ଡଳର ଜଳାଭିଷେକ ଯାତ୍ରା ଅଧୁରା ରହିଥିଲା । ତେବେ ଆଜି ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଜଳାଭିଷେକ ଯାତ୍ରା ଲାଗି ଅଡ଼ି ବସିଛି ହିନ୍ଦୁ ସଂଗଠନ । ହେଲେ ଏହାକୁ ଅନୁମତି ଦେଇ ନାହାନ୍ତି ପ୍ରଶାସନ । ଅନ୍ୟପଟେ ହରିୟାଣା ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି ।
wp:html/wp:html#WATCH | Haryana | Heavy police deployment in Nuh in view of Vishwa Hindu Parishad's (VHP) call for 'Yatra'. pic.twitter.com/I7UMpwrlqW
— ANI (@ANI) August 28, 2023
ପୂର୍ବ ହିଂସାକୁ ନଜରରେ ରିଖି ନୁହ ଜିଲ୍ଲାରେ ସ୍କୁଲ, କଲେଜକୁ ବନ୍ଦ କରିଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯାଇଛି । ଏହାଛଡ଼ା କିଛି ଅଞ୍ଚଳରେ ଧାରା-୧୪୪ ଲାଗୁ ହୋଇଛି । ବିଏଚପି ଯାତ୍ରାରେ ନଜରରେ ରଖି ୨୮ ଅଗଷ୍ଟ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବଢାଇ ଦିଆଯାଇଛି । ହରିୟାଣା ପୋଲିସ ପକ୍ଷରୁ ୧୯୦୦ ଯବାନ ଏବଂ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି ।